ବୌଦ୍ଧ ଉପକାରାଗାରରେ ବନ୍ଦୀଙ୍କ ଆତ୍ମହତ୍ୟା

ବୌଦ୍ଧ: ବୌଦ୍ଧ ଉପକାରାଗାରରେ ଜଣେ ବନ୍ଦୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ମୁତାବକ, ୨୦୧୫ରେ ବାଉଁଶୁଣି ଥାନା ଜମଘାଟି ଗ୍ରାମରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ରବୀନ୍ଦ୍ର ମେହେରଙ୍କୁ ୨୦୧୭ ମସିହାରେ ଅଦାଲତ ଦ୍ଵାରା ଆଜୀବନ କାରାଦଣ୍ଡର ଶୁଣାଣି ହୋଇଥିଲା ।ଉପକାରାଗାର ମଧ୍ୟରେ ଥିବା ଗାଧୁଆ ଘର ଝରକାରେ ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।
ବନ୍ଦୀ ଜଣକର ମୁଣ୍ଡ ଦୋଷ ଥିବା କୁହାଯାଉଥିବା ବେଳେ ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଏଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।