ଛାତିଥର ଟ୍ରେନ୍‌ ଦୁର୍ଘଟଣା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଛାତିଥର ଟ୍ରେନ୍‌ ଦୁର୍ଘଟଣା, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର  : ସୋର ବାହାନଗା ଟ୍ରେନ୍‌ ଟ୍ରାଜେଡି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏବେ ସୁଦ୍ଧା ଏହି ଛାତିଥର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି ।
ସେହିପରି ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ ଏବଂ ଓଡ୍ରାଫ୍‌ ଟିମ୍‌ଙ୍କ ଦ୍ୱାରା ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଶନିବାର ସକାଳୁ ସେନାର ଟିମ୍‌ ମଧ୍ୟ ପହଞ୍ଚିଛି ।

ଶୁକ୍ରବାର ଦିନ ଉଦ୍ଧାର କାର୍ୟ୍ୟ ସେନାର ସହଯୋଗ ନିଆଯିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଥିଲେ । ଶୁକ୍ରବାର ସଂଧ୍ୟା ସମୟରେ ଏହି ଦୁର୍ଘଟଣାରେ ପରେ ପ୍ରଥମେ ପ୍ରାଥମିକତା ହିସାବରେ  ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ କିମ୍ବା ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି । କଟକ ବଡ଼ ମେଡିକାଲରେ ଲଗାତର ଭାବେ ଆହତଙ୍କ ସଂଖ୍ୟା ବଢିବାରେ ଲାଗିଛି ।