ତୁଳସୀ ମାଳା ଧାରଣ କରିବାର କାରଣ କଣ ?

ତୁଳସୀ ମାଳା ଧାରଣ କରିବାର କାରଣ କଣ ?

ହିନ୍ଦୁ ଧର୍ମରେ ତୁଳସୀ ମାଳାର ଅନେକ ମହତ୍ତ୍ୱ ରହିଛି । ବୈଷ୍ଣବ ସମ୍ପ୍ରଦାୟର ଲୋକମାନେ ସବୁବେଳେ ଗଳାରେ ତୁଳସୀ ମାଳି ଧାରଣ କରିଥାନ୍ତି । ତେବେ ଏହାର ମହତ୍ତ୍ୱ ସଂପର୍କରେ ଜାଣିବା । ତୁଳସୀ ମାଳି ଧାରଣ  କଲେ ଜନ୍ମ ଓ ମରଣ ଚକ୍ର ମୁକ୍ତି ପାଇବେ ସହିତ ମୋକ୍ଷ ଲାଭ ହୋଇଥାଏ ।

ହିନ୍ଦୁ ଧର୍ମରେ ଯେଉଁ ବ୍ୟକ୍ତିମାନେ ଗଳାରେ ତୁଳସୀ ମାଳି ପିନ୍ଧିଥାନ୍ତି ସେମାନେ ଯମ ଯନ୍ତ୍ରଣା ଭୋଗିନଥାନ୍ତି ଓ ବିଷ୍ଣୁଲୋକ ପ୍ରାପ୍ତି କରନ୍ତି ବୋଲି ବିଶ୍ୱାସ କରାଯାଏ । ଭଗବାନ ବିଷ୍ଣୁଙ୍କ ସୌଭାଗ୍ୟ, ସମର୍ପଣ ଓ ସାନ୍ନିଧ୍ୟର ପ୍ରତୀକ ହେଉଛି ତୁଳସୀ ମାଳା । ସେହିପରି କଣ୍ଠ ଦୋରେ ତୁଳସୀ ମାଳା ଧାରଣ କରିଲେ ସଂପୂର୍ଣ୍ଣ ତୀର୍ଥର ଫଳ ମିଳିଥାଏ । ମୃତ୍ୟୁ ସମୟରେ ମଧ୍ୟ ତୁଳସୀକୁ ତ୍ୟାଗ କରାଯାଏ ନାହିଁ ।