ଅଧିକ ଆତ୍ମବିଶ୍ୱାସ ଏବଂ ଗୋଷ୍ଠୀ କନ୍ଦଳ ହେଲା କି କାଳ? ନବରଙ୍ଗପୁରରେ ୭ ବିଧାନସଭାରୁ କେବଳ ଗୋଟିଏ ଆସନରେ ଜିତିଲା ବିଜେଡି ।

ଅଧିକ ଆତ୍ମବିଶ୍ୱାସ ଏବଂ ଗୋଷ୍ଠୀ କନ୍ଦଳ ହେଲା କି କାଳ? ନବରଙ୍ଗପୁରରେ ୭ ବିଧାନସଭାରୁ କେବଳ ଗୋଟିଏ ଆସନରେ ଜିତିଲା ବିଜେଡି ।

ଏମିତି କଣ ହେଲା ବିଜେଡି ଗଡରେ ଧସେଇ ପଶିଲା ବିଜେପି? କାଳ ହେଲା କି ଅଧିକ ଆତ୍ମବିଶ୍ୱାସ ? ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ତେବେ ନବରଙ୍ଗପୁରରେ କାହିଁକି ହାରିଲା ବଜୁ ଜନତା ଦଳ? ୭ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନକୁ ଦେଖିଲେ ଏଠାରେ ବିଜେପି ୫ଟି ବିଧାନସଭା ଆସନ ଏବଂ ଲୋକସଭା ଆସନ ଜିତିଛି । ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ନିଜ କର୍ମ ଅପେକ୍ଷା ଦଳର ସଭାପତି ମୁଖ୍ୟମନ୍ତ୍ରୀ ଏବଂ ଷ୍ଟାର ପ୍ରଚାରକ ଭି.କେ ପାଣ୍ଡିଆନଙ୍କ ଭାବମୂର୍ତିକୁ ଦେଖି ବିଜୟୀ ହେବେ ବୋଲି ଅଧିକ ଆତ୍ମ ବିଶ୍ୱାସ ରଖିଥିଲେ, ହେଲେ ଫଳ ଓଲଟିଗଲା ।

ନବରଙ୍ଗପୁର ଲୋକସଭା ଆସନରେ ୭ଟି ବିଧାନସଭା କ୍ଷେତରୁ ଗୋଟିଏ ଆସନ ବିଜେଡି ହାତରେ
ଡାବୁଗାଁରୁ ବିଜୟୀ ହେଲେ ବିଜେଡି ନେତା ମନୋହର ରାନ୍ଧାରୀ
ଚିତ୍ରକୋଣ୍ଡା ବିଧାନସଭା କଂଗ୍ରେସ ହାତରେ
ବାକି ୬ଟି ଆସନରୁ ବିଜେପି ୫ଟି ଦଖଲ କରିଛି
ସାଂସଦଙ୍କ ବିଜୟ ପାଇଁ ବିଧାନସଭା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ମୋଦୀ ଲହର ସହିତ ଶାସକ ଦଳ ବିରୋଧରେ ହାୱା ବଢାଇଲା ବିଜେପିର ଭୋଟ୍
ତୃଣମୂଳ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ କଲେ ନାହିଁ ବିଜେଡି ନେତା
୨୦୧୯ରେ ସାଂସଦ ହୋଇଥିବା ରମେଶ ମାଝୀ ଏଥିର ଝରିଗାଁରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ
ପ୍ରଦୀପ ମାଝୀ ଦଳ ବଦଳ କରିବା ପରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ
ହେଲେ ଦୁଇ ନେତାଙ୍କ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ ଭୋଟ କଲା ବିଭାଜନ
ମାଲକାନଗିରିରେ ୨ଟି, ନବରଙ୍ଗପୁରରେ ୪ଟି ଏବଂ କୋରାପୁଟର ଗୋଟିଏ ଆସନ ଜିତିଛି ବିଜେଡି