ଅତିବଡ଼ୀ ପୁରସ୍କାର ବିଜେତା ରାମଚନ୍ଦ୍ରଙ୍କ ବିଷୟରେ ଜାଣନ୍ତୁ

ଅତିବଡ଼ୀ ପୁରସ୍କାର ବିଜେତା ରାମଚନ୍ଦ୍ରଙ୍କ ବିଷୟରେ ଜାଣନ୍ତୁ

ଅତିବଡ଼ୀ ପୁରସ୍କାର ବିଜେତା ରାମଚନ୍ଦ୍ରଙ୍କ ବିଷୟରେ ଜାଣନ୍ତୁ
ଭୁବନେଶ୍ୱର : ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ୨୦୨୦ ପାଇଁ ଅତିବଡ଼ୀ ପୁରସ୍କାର ପ୍ରଦାନ କରାଯିବ । ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ୧୯୪୫ ନଭେମ୍ବର ୨ରେ କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟସ୍ଥ ବରାଟିପୁରା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ବେହେରା ୩୫ଟି ପୁସ୍ତକର ରଚୟିତା । କେନ୍ଦ୍ରାପଡ଼ା କଲେଜରେ ପାଠ ପଢ଼ୁଥିବାବେଳେ ସେ ସାହିତ୍ୟ ସାଧନା ଆରମ୍ଭ କରିଥିଲେ । ୧୯୬୯ରେ ସେ ଅଧ୍ୟାପକ ଭାବେ କଲେଜରେ ଯୋଗ ଦେଇଥିଲେ । ୨୦୦୫ରୁ ସେ କଲେଜ ଅଧ୍ୟକ୍ଷ ପଦରୁ ଅବସର ନେବା ପରେ ସାରସ୍ୱତ ସାଧନାରେ ନିଜକୁ ନିମଗ୍ନ ରଖିଥିଲେ । ଚର୍ଚ୍ଚିତ ଗଳ୍ପ ପୁସ୍ତକ ‘ଗୋପପୁର’ ପାଇଁ ୨୦୦୫ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ମିଳିଥିଲା । ୧୯୯୧ରେ ‘ଓଁକାର ଧ୍ୱନି’ ଗଳ୍ପ ପାଇଁ ସାରଳା ପୁରସ୍କାର, ୧୯୯୩ରେ ‘ଅଭିନୟ ପରିଧି’ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।