ଅବିଶ୍ୱାସ ହେଲେବି ସତ : ୪ଟି ପତ୍ର ଥିବା ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା

ଅବିଶ୍ୱାସ ହେଲେବି ସତ : ୪ଟି ପତ୍ର ଥିବା ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା

ଅବିଶ୍ୱାସ ହେଲେବି ସତ : ୪ଟି ପତ୍ର ଥିବା ଗଛର ମୂଲ୍ୟ ୪ ଲକ୍ଷ ଟଙ୍କା
କ୍ରିଷ୍ଟଚର୍ଚ୍ଚ : ୪ ଲକ୍ଷ ଟଙ୍କା ଏହା ଦ୍ୱାରା ଆପଣ ବିଦେଶ ଭ୍ରମଣ ମଧ୍ୟ କରିପାରିବେ । ମାତ୍ର ନ୍ୟୁଜିଲ୍ୟାଣ୍ଡର ଜଣେ ବ୍ୟକ୍ତି ସମାନ ଅର୍ଥ ଦେଇ ଏକ ଗଛ କିଣିଛନ୍ତି । ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଉଛି କି ଗଛରେ ମାତ୍ର ଚାରିଟି ପତ୍ର ରହିଛି । ଏହି ଗଛଟିକୁ ୮୧୫୦ ନ୍ୟୁଜିଲ୍ୟାଣ୍ଡ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଲକ୍ଷ ଟଙ୍କା ରହିଛି । ଏହି ଗଛଟିର ନାମ ଫିଲୋଡେଣ୍ଡ୍ରନ ମିନିମା । ଏହି ଗଛ ଗୁଡିକୁ ସାଧାରଣତଃ ସଉକ ପାଇଁ ଘରେ ରଖାଯାଏ । ତେବେ ବିକ୍ରି ହୋଇଥିବା ଗଛଟିର ସମସ୍ତ ୪ଟି ଯାକ ପତ୍ର ସବୁଜ ଏବଂ ହଳଦିଆ ରଙ୍ଗର ମିଶ୍ର ଥିଲା । ନ୍ୟୁଜିଲ୍ୟାଣ୍ଡର ୱେବସାଇଟ ଟ୍ରେଡମିରେ ଗଛଟିକୁ କିଣିବା ପାଇଁ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା । ତେବେ ଏହି ଗଛଟିକୁ କିଣିଥିବା ବ୍ୟକ୍ତି ଜଣକ ଅନାମଧେୟ ରହିବାକୁ ପସନ୍ଦ କରିଛନ୍ତି । ତେବେ ଭବିଷ୍ୟତରେ ଏହି ପ୍ରଜାତିର ଗଛର ଜଙ୍ଗଲ ସୃଷ୍ଟି କରିବା ତାଙ୍କର ଇଚ୍ଛା ବୋଲି ନ୍ୟୁଜିଲ୍ୟାଣ୍ଡ ରେଡିଓକୁ ସାକ୍ଷାତକାର ଅବସରରେ କହିଛନ୍ତି ।