ଅଲିମ୍ପିକ୍ସ ଯୋଗ୍ୟତାରୁ ଓହରିଲେ ରେସଲର ନବୀନ କୁମାର

ଅଲିମ୍ପିକ୍ସ ଯୋଗ୍ୟତାରୁ ଓହରିଲେ ରେସଲର ନବୀନ କୁମାର

ଅଲିମ୍ପିକ୍ସ ଯୋଗ୍ୟତାରୁ ଓହରିଲେ ରେସଲର ନବୀନ କୁମାର
ନୂଆଦିଲ୍ଲୀ: ବୁଲଗାରିଆରେ ଚାଲିଥିବା ବିଶ୍ୱ ରେସଲିଂ ଅଲିମ୍ପିକ୍ସ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଗ୍ରେକୋ-ରୋମାନ ଦଳ ସଦସ୍ୟ ଥିବା ନବୀନ କୁମାର (୯୭ କିଲୋ) କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲେ । ଅନ୍ୟ ରେସଲର ଗୁରପ୍ରୀତ ସିଂ, ସଚିନ ରାଣା, ଆଶୁ, ସୁନୀଲ କୁମାର, ଦୀପ୍ତାଂଶୁ ନିରାଶ କରିଛନ୍ତି । ଗୁରପ୍ରୀତ ୭୭ କିଲୋ ବର୍ଗ ପି୍ର କ୍ୱାର୍ଟରରେ ୨୦୨୦ ୟୁରୋପିୟାନ ଚାମ୍ପିଅନ ତଥା ଆଜରବାଇଜାନର ଷ୍ଟାର ରେସଲର ରଫିଗ ହସିନୋଭଙ୍କ ନିକଟରୁ ହାରି ଯାଇଥିଲେ । ସେ ମାତ୍ର ୪୮ ସେକେଣ୍ଡରେ ଆତ୍ମ ସମର୍ପଣ କରିଥିଲେ । ସେହିପରି ସଚିନ (୬୦ କିଲୋ) ପ୍ରଥମ ବାଉଟରେ ପରାଜିତ ହୋଇଥିବା ବେଳେ ଆଶୁ (୬୭ କିଲୋ) ୩-୮ ରେ ବେଲାରୁଷର ଏ, ଲିୟାଭୋନଚିକଙ୍କଠୁ, ସୁନୀଲ (୮୭ କିଲୋ) ପି୍ର କ୍ୱାର୍ଟରରେ ରୁଷିଆର ଡେଭିଟଙ୍କଠୁ ଏବଂ ଦୀପ୍ତାଂଶୁ (୯୭ କିଲୋ) ପି୍ର-କ୍ୱାର୍ଟରରେ ସ୍ପେନର ଜିସସ ଫ୍ରେସନାଡାଙ୍କଠାରୁ ହାରିଯାଇଥିଲେ ।