ଏହି ରାଜ୍ୟରେ ଡ୍ରୋନ କରିବ ଟିକା ବିତରଣ

ଏହି ରାଜ୍ୟରେ ଡ୍ରୋନ କରିବ ଟିକା ବିତରଣ

ଏହି ରାଜ୍ୟରେ ଡ୍ରୋନ କରିବ ଟିକା ବିତରଣ
ହାଇଦରାବାଦ: ତେଲେଙ୍ଗାନା ସରକାର ଡ୍ରୋନ ସାହାଯ୍ୟରେ ବିଭିନ୍ନ ଅଞ୍ଚଳକୁ ଟିକା ବିତରଣ କରିବେ । ଏହି କାର୍ଯ୍ୟକ୍ରମ ଚଳିତ ମାସରୁ ଆରମ୍ଭ ହେବ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରଣାଳୟ ସର୍ତ୍ତମୂଳକ ଅନୁମୋଦନ ପ୍ରଦାନ କରିଛି । ବର୍ଷକ ପାଇଁ କିମ୍ବା ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ଅନୁମୋଦନ ବଳବତ୍ତର ରହିବ । ତେଲେଙ୍ଗାନାରେ ପରୀକ୍ଷାମୂଳକ ଭାବେ ମାନବବିହୀନ ବିମାନ ବ୍ୟବସ୍ଥା ବା ଡ୍ରୋନ ମାଧ୍ୟମରେ ଟିକା ବିତରଣ ସଫଳ ହେଲେ ଅନ୍ୟତ୍ର ଏହି ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବେସାମରିକ ବିମାନ ଚଳାଚଳ ନିଦେ୍ର୍ଧଶାଳୟର ମାର୍ଗଦର୍ଶିକା ଅନୁସାରେ କାର୍ଯ୍ୟକ୍ରମ ପରିଚାଳନା ହେବ ବୋଲି ତେଲେଙ୍ଗାନା ସରକାରଙ୍କ ସୂତ୍ରରୁ ପ୍ରକାଶ ।