ଅସ୍ତ୍ରୋପଚାର କରିବ ପିମ୍ପୁଡ଼ି

ଅସ୍ତ୍ରୋପଚାର କରିବ ପିମ୍ପୁଡ଼ି

ଅସ୍ତ୍ରୋପଚାର କରିବ ପିମ୍ପୁଡ଼ି
ଆମେରିକାସ୍ଥିତ ଜର୍ଜିୟା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ପିମ୍ପୁଡ଼ି ଆକାର ବିଶିଷ୍ଟ ଏକ ରୋବୋ ତିଆରି କରିଛନ୍ତି । ଅସ୍ତ୍ରୋପଚାରରେ ଏହା ସହାୟକ ହେବ ବୋଲି ସେମାନେ କହନ୍ତି । ଏହି ରୋବୋରେ ପେଜୋଇଲେକ୍ଟ୍ରିକ ଆକ୍ୟୁଟର ବ୍ୟବହାର କରାଯାଇଛି । ଏହା ଏକ କମ୍ପନ ସୃଷ୍ଟିକାରୀ ଉପକରଣ । ଏହାର କମ୍ପନ ଦ୍ୱାରା ରୋବୋ ସକ୍ରିୟ ହୋଇ ନିଜ କାର୍ଯ୍ୟ ଆରମ୍ଭ କରେ । ଏହି ଥ୍ରୀଡି ରୋବୋର ଲମ୍ବ ୨ ମିଲିମିଟର । ମାଇକ୍ରୋମାକ୍ସିସ ଆଣ୍ଡ ମାଇକ୍ରୋ ଇଞ୍ଜିନିୟରିଂ ପତ୍ରିକା ଅନୁସାରେ ଏହି ରୋବୋ ୧ ସେକେଣ୍ଡ ମଧ୍ୟରେ ୮ ମିଲିମିଟର ପରିମିତ ସ୍ଥାନକୁ ମାପି ନିଜ କାର୍ଯ୍ୟ କରିଥାଏ । ଅଲଟ୍ରାସାଉଣ୍ଡ ଓ ଭାଇବ୍ରେସନ ମାଧ୍ୟମରେ ରୋବୋକୁ ନିୟନ୍ତ୍ରଣ କରିହେବ । ଆକାର ଛୋଟ ହୋଇଥିବାରୁ ଶରୀରର ଯେ କୌଣସି ଅଙ୍ଗ ମଧ୍ୟରେ ଏହାକୁ ସହଜରେ ପ୍ରବୋ କରାଇ ହେବ ।