ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ: ଏସଆରସି

ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ: ଏସଆରସି

ଆଇଆଇଟି ଖୋଜିବ ଭୂସ୍ଖଳନ ଅଞ୍ଚଳ: ଏସଆରସି
ଭୁବନେଶ୍ୱର: ରାଜ୍ୟର ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରିବାକୁ ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି । ଆଇଆଇଟି ମୁମ୍ବାଇକୁ ଏହି ଦାୟିତ୍ୱ ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଶ୍ରୀ ଜେନାଙ୍କ ସୂଚନା ଅନୁଯାୟୀ ଭୁସ୍ଖଳନ ଏବେ ଏକ ନୂଆ ପ୍ରାକୃତିକ ବିପର୍ଯ୍ୟୟଭାବେ ଉଭା ହୋଇଛି । ଆଇଆଇଟି ମୁମ୍ବାଇକୁ ଦାୟିତ୍ୱ ଦିଆଯାଇଛି, ଚିହ୍ନଟ ହେଲା ପରେ ପଦକ୍ଷେପ ନିଆଯିବ । ଚିହ୍ନଟ ଅଞ୍ଚଳର ଲୋକମାନଙ୍କୁ ଭୁସ୍ଖଳନ ନେଇ ସଚେତନ କରାଯିବ । ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।