ଆଉ ଏକ ସର୍ଭେ; ଉତ୍ତର ପ୍ରଦେଶରେ ବିଜେପି ଗଢ଼ିବ ସରକାର!
ଆଉ ଏକ ସର୍ଭେ; ଉତ୍ତର ପ୍ରଦେଶରେ ବିଜେପି ଗଢ଼ିବ ସରକାର!
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ସରକାର ଗଢ଼ିବ। ଟାଇମ୍ସ ନାଓ ନବଭାରତର ସଦ୍ୟତମ ସର୍ଭେରେ ଏହା କୁହାଯାଇଛି । ସେହିପରି ଗୋଆରେ ମଧ୍ୟ ବିଜେପି ସରକାର ଗଢ଼ିପାରେ । ମାତ୍ର ପଞ୍ଜାବର ସ୍ଥିତି ଅଲଗା । ସର୍ଭେ ଅନୁସାରେ ଏଠାରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିପାରି ନାହିଁ ।
ଉତ୍ତର ପ୍ରଦେଶରେ ଯୋଗୀ ସରକାର ପୁଣି ଥରେ ଫେରିପାରେ । ଉତ୍ତର ପ୍ରଦେଶରେ ୪୦୩ ଆସନରୁ ବିଜେପିକୁ ୨୨୩ ଆସନ ମିଳିପାରେ । ସମାଜବାଦୀ ପାର୍ଟିକୁ ୧୫୨, ବହୁଜନ ସମାଜ ପାର୍ଟିକୁ ୧୩, କଂଗ୍ରେସକୁ ୧୨ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିପାରେ । ଉତ୍ତରାଖଣ୍ଡରେ ୭୦ଟି ଆସନରେ ନିର୍ବାଚନ ହେଉଛି । ଏଥିରୁ ୪୨ରୁ ୪୬ଟି ଆସନରେ ବିଜେପି ଜିତିପାରେ । କଂଗ୍ରେସକୁ ଏଠାରେ ୧୨ରୁ ୧୪ଟି ଆସନ ମିଳିପାରେ । ସେହିପରି ଆମ ଆଦମୀ ପାର୍ଟିକୁ ୮ରୁ ୧୧ଟି ଆସନ ମିଳିପାରେ । ଅନ୍ୟ ଦଳମାନଙ୍କ ଦଲରେ ୨ରୁ ୫ଟି ଆସନ ରହିବ ବୋଲି ସର୍ଭେ କହୁଛି ।
ପଂଜାବରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇପାରେ । ରିପୋର୍ଟ ଅନୁସାରେ ୧୧୭ରୁ ଆମ୍ଆଦମୀ ପାର୍ଟିକୁ ୫୮ଟି ଆସନ ମିଳିପାରେ । ସେହିଭଳି କଂଗ୍ରେସକୁ ୪୪, ଅକାଳୀ ଦଳକୁ ୧୨, ବିଜେପିକୁ ୨ ଓ ଅନ୍ୟ ଦଳକୁ ଗୋଟିଏ ଆସନ ମିଳିପାରେ ।
ଗୋଆରେ ମଧ୍ୟ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାକୁ ଯାଉଛି ବୋଲି ସର୍ଭେ ରିପୋର୍ଟ କହୁଛି । ୪୦ ଆସନ ବିଶିଷ୍ଟ ଗୋଆରେ ୨୦ରୁ ୨୩ଟି ଆସନରେ ବିଜେପି ଜିତିପାରେ । କଂଗ୍ରେସକୁ ୪ରୁ ୬ଟି ଆସନ ମିଳିପାରେ । ଅନ୍ୟ ଦଳମାନେ ୬ରୁ ୧୦ଟି ଆସନରେ ନିର୍ବାଚନ ଜିତିପାରନ୍ତି ।




admin 