ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ଜାତୀୟ ରାଜଧାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶକ୍ତି ଦେଖାଇବେ । ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ । ଦଳରେ କୌଣସି ମତଭେଦ ନାହିଁ । ସମସ୍ତ ବିଧାୟକ ଦଳ ସହ ରହିଛନ୍ତି ବୋଲି ବିଶ୍ବାସ ମତ ପାଇଁ ଏହି ପ୍ରସ୍ତାବ ଆଣିବେ ଅରବିନ୍ଦ କେଜ୍ରିୱାଲ । ଏଥିପାଇଁ ଦିଲ୍ଲୀ ବିଧାନସଭା କାର୍ୟ୍ୟଦିବସ ଗୋଟିଏ ଦିନ ସ୍ବତନ୍ତ୍ର ଭାବରେ ବୃଦ୍ଧି କରାଯାଇଛି । ସେପଟେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ଅପରେସନ ଲୋଟସ ଫେଲ ମାରିଛି । ଦିଲ୍ଲୀରେ ଆପ ଦଳକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ ଆସ୍ଥା ପ୍ରସ୍ତାବ ଆଣିବାର ମୁଖ୍ୟ କାରଣ ହେଲା ସେ ପ୍ରମାଣ କରିବାକୁ ଚାହାନ୍ତି ଯେ ତାଙ୍କ ଦଳରେ କୌଣସି ମନାନ୍ତର ନାହିଁ । ଦଳକୁ ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି । ଦଳ ବଦଳାଇବାକୁ ବିଜେପି ବିଧାୟକମାନଙ୍କୁ ୨୦ କୋଟି ଟଙ୍କା ପ୍ରଧାନ କରିଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । ଗତ ସପ୍ତାହରେ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ତାଙ୍କ ବାସଭବନରେ ବିଧାୟକଙ୍କ ସହ ବୈଠକ କରିଥିଲେ । ବୈଠକରେ ୬୨ ଜଣ ବିଧାୟକ ଯୋଗ ଦେଇଥିଲେ । ବୈଠକରେ କେଜ୍ରିୱାଲ କହିଥିଲେ, ମୁଁ ଜାଣିଛି ସେମାନେ ୪୦ ବିଧାୟକଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରିଥିଲେ ମାତ୍ର ମୁଁ ଖୁସି ଯେ ସେ ଜଣଙ୍କୁ ବି ନେଇ ପାରିନାହାନ୍ତି ।
ନିକଟରେ ଦିଲ୍ଲା ଡେପୁଟି ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଆପ ସହ ସମ୍ପର୍କ ତୁଟାଇଲେ ତାଙ୍କ ଉପରୁ ସମସ୍ତ ମାମଲା ହଟାଇ ଦିଆଯିବ ବୋଲି ବିଜେପି ଅଫର ଦେଇଥିବା ଅଭିଯୋଗ ଆଣିଥିଲେ ସିସୋଦିଆ । ଏହାପରେ ବିଜେପି ଆପ ମଧ୍ୟ ମୁହାମୁହିଁ ପରିସ୍ଥିତି ଉପୁଜିଥିଲା ।