ଆଜି ସୋନିଆ ହାଜର ହେବେନି!
ଆଜି ସୋନିଆ ହାଜର ହେବେନି!

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଇଡି ଦପ୍ତରରେ ହାଜର ହେବାକୁ ତାରିଖ ଦିଆଯାଇଥିଲା ଜୁନ୍ ୮ । ହେଲେ ଯାହା ଖବର ମିଳିଛି, ସମ୍ଭବତଃ ସୋନିଆ ଗାନ୍ଧି ଆଜି ଇଡି ଦପ୍ତରକୁ ଆସିବେନି । ସେ କରୋନାରୁ ଆରୋଗ୍ୟ ହୋଇନଥିବାବେଳେ ଏଯାଏ ତାଙ୍କ କ୍ୱାରେଣ୍ଟାଇନ ସମୟ ସରିନାହିଁ । ତେଣୁ ସେ ଇଡିରେ ହାଜର ହେବା ସମ୍ଭାବନା କମ୍ । କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସେ ସୁସ୍ଥ ହେବା ପରେ ଅନ୍ୟ ଏକ ତାରିଖରେ ଇଡି ଦପ୍ତରକୁ ଆସିପାରନ୍ତି ।
ସେହିପରି ଏହି ମାମଲାରେ ରାହୁଲ ଗାନ୍ଧିକୁ ମଧ୍ୟ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ସମନ କରାଯାଇଛି । ରାହୁଲଙ୍କୁ ଜୁନ୍ ୧୩ରେ ହାଜା ହେବାକୁ ଇଡି ପକ୍ଷରୁ କୁହାଯାଇଛି । ତେବେ ରାହୁଲ ସେ ଦିନ ଯିବେ କି ନାହିଁ, ତାହା ଜଣାପଡ଼ିନାହିଁ ।
ରାହୁଲ ଓ ସୋନିଆଙ୍କ ଇଡି ସମନ ସମ୍ପର୍କରେ କଂଗ୍ରେସ ପକ୍ଷରୁ ପ୍ରଥମେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ଦଳର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ଓ ମିଡିଆ ସେଲ୍ ମୁଖ୍ୟ ରଣଦୀପ ସୂର୍ଯେ୍ୟୱାଲା ପ୍ରେସ ମିଟ୍ କରି ସୂଚନା ଦେଇଥିଲେ । ସିଂଘଭି କହିଥିଲେ, ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର କଂଗ୍ରେସ ନେତାଙ୍କୁ ଇଡି ମାଧ୍ୟମରେ ଡରାଇବାକୁ ଚେଷ୍ଟା କରୁଛି । ଯେଉଁ ମାମଲାକୁ ୨୦୧୫ରେ ଇଡି ବନ୍ଦ କରି ଦେଇଥିଲା, ସେଇ ମାମଲାକୁ ପୁଣି ଥରେ ଜବରଦସ୍ତ ଖୋଲି କଂଗ୍ରେସ ନେତାଙ୍କୁ ଟାର୍ଗେଟ କରାଯାଉଛି । ମୋଦି ସରକାର ଗୁଜରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏଭଳି ଡରାଇବା ରାଜନୀତି କରୁଛି । ହେଲେ କଂଗ୍ରେସ ଡରିବନି । କୌଣସି ଦୁର୍ନୀତି ହୋଇନାହିଁ। ମନି ଲଣ୍ଡରିଂର ପ୍ରଶ୍ନ ଉଠୁନାହିଁ । କେବଳ ରାଜନୈତିକ ଉଦେ୍ଧଶ୍ୟରେ ବିଜେପି ଏଭଳି କରାଉଛି ।