ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ ପଦୋନ୍ନତି ଅଦାଲତ

ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ ପଦୋନ୍ନତି ଅଦାଲତ

ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ  ପଦୋନ୍ନତି ଅଦାଲତ
ଭୁବନେଶ୍ୱର - ଆଜିଠାରୁ ଆରମ୍ଭ ହେବ ପଦୋନ୍ନତି ଅଦାଲତ । ଯେଉଁ କର୍ମଚାରୀଙ୍କର ପଦୋନ୍ନତି ପାଇଁ ଯୋଗ୍ୟତା ଅଛି, ମାତ୍ର କୌଣସି କାରଣରୁ ଯଦି ସେମାନେ ନିଜ ହକରୁ ବଞ୍ଚିତ ଅଛନ୍ତି ତେବେ ସେମାନେ ଆବେଦନକୁ ଏହି ଅଦାଲତରେ ବିଚାର କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହ ୫ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଏଥିପାଇଁ ଅଦାଲତର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨୭୩ ଆବେଦନର ବିଚାର କରିବାକୁ ନିଷ୍ପତ୍ତି ହୋଇଛି । କେଉଁ ଆବେଦନକାରୀ କେଉଁ ସମୟରେ ଅଦାଲତରେ ଉପସ୍ଥିତ ରହିବେ ସେ ସମ୍ପର୍କରେ ଇମେଲରେ ପ୍ରାପ୍ତି ସ୍ୱୀକାର ସହ ଅବଗତ କରାଯାଇଚି । ମେଲ ଯାଇଥିବା ଆବେଦନକାରୀମାନେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି । ଆବେଦନକାରୀମାନେ ଆସିବା ବେଳେ ପ୍ରାପ୍ତି ସ୍ୱୀକାର କାଗଜ ଆଣିଲେ ଅଦାଲତ କକ୍ଷକୁ ଯିବାକୁ ଅନୁମତି ମିଳିବ । ଯେଉଁମାନେ ମେଲରେ ପ୍ରାପ୍ତି ସ୍ୱୀକାର ପାଇନାହାନ୍ତି ସେମାନଙ୍କୁ ଫେବୃୟାରୀ ୨୭ ରୁ ବସିବାକୁ ଥିବା ପଦୋନ୍ନତି ଅଦାଲତ ନେଇ ଅବଗତ କରାଯିପ । ଆବେଦନର ଶେଷ ତାରିଖ ୨୩ ସୁଦ୍ଧା ୮,୯୦୯ ଆବେଦନ ମିଳିଥିଲା ବେଳେ ଯେଉଁ ୨୨୭୩ ଆବେଦନକାରୀଙ୍କ ମାମଲାର ବିଚାର ହେବ ସେମାନଙ୍କ ତାଲିକା ସାଧାରଣ ପ୍ରଶାସନ ବିଭାଗ ୱେବସାଇଟରେ ଉପଲବ୍ଧ ଅଛି । ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀଙ୍କ ଅଦାଲତ ବସିବ । କୃଷି ଉପôାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତ କୃଷି ଭବନ ଅଡିଟୋରିୟମରେ ବସିବ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଷ୍ଟେଟ ଇନଷ୍ଟିଚୁ୍ୟଟ ଅଫ ରୁରାଲ ଡେଭଲପମେଣ୍ଟ (ଏସ୍ଆଇଆରଡି) ସମ୍ମିଳନୀ କକ୍ଷରେ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡ.ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ ଅଦାଲତରେ ଅଧ୍ୟକ୍ଷତା କରିବେ । ଅଦାଲତ ଦିନ ୧୦ ଟାରୁ ଆରମ୍ଭ ହେବ । ଅଦାଲତରେ ନିଜେ କର୍ମଚାରୀ ଉପସ୍ଥିତ ରହିବେ । ଗତ ଡିସେମ୍ବର ୩୧ ସୁଦ୍ଧା ଯେଉଁ କର୍ମଚାରୀ ପଦୋନ୍ନତି ପାଇବାକୁ ଯୋଗ୍ୟ ଥିବେ ମାତ୍ର କୌଣସି କାରଣରୁ ବଞ୍ଚିତ ହୋଇଥିବେ ସେମାନଙ୍କ ଆବେଦନ ଉପରେ ବିଚାର କରାଯିବ ।