ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
admin
Jan 28, 2020 - 08:08
Updated: Jan 28, 2020 - 08:08
ଭୁବନେଶ୍ୱର - କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜ୍କୁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ-ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ଓ କଲେଜ ହସ୍ପିଟାଲର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ତଦନୁଯାୟୀ ଏହାର ସମ୍ପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଗୃହ, ମାଛ ମାର୍କେଟ କମ୍ପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବରେ ନିର୍ମିତ ଦୋକାନ ଗୃହ, ଉଠାଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ ଓ ଗୁହାଳ ଆଦିକୁ ଅନ୍ତର୍ଭୁକ୍ତ କରାଯାଇଛି ।
୧. ଆବାସିକ ଅଞ୍ଚଳ-ସ୍ଥିତିବାନ ସତ୍ତ୍ୱ ଥିବା ଜମି ମାଲିକ ସେମାନଙ୍କର ଘର ଓ ଜମି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ପ୍ରକି୍ରୟାରେ ସିଧାସଳଖ କ୍ରୟ ଜରିଆରେ ଅଧିଗ୍ରହଣ କରାଯିବ ।
କ. କ୍ଷତିପୂରଣ.........୨୦୧୩ ର ଅବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ।
ଖ. ସ୍ଥାନାନ୍ତର ସହାୟତା: ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ ଓ ଜରୁରୀ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ ।
୨. ଅନଧୀକୃତ ବାସଗୃହ-
କ. ଏକକାଳୀନ ସହାୟତା- ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଏକକାଳୀନ ସହାୟତା ଭାବରେ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ ।
ଖ. ଅସ୍ଥାୟୀ ଆବାସ- କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଅଞ୍ଚଳରେ ପ୍ରତି ପରିବାର ପାଇଁ ....ଅସ୍ଥାୟୀ ଭାବରେ ନିଜ ଖର୍ଚ୍ଚରେ ଗୃହ ନିର୍ମାଣ ପାଇଁ ଲାଇସେନ୍ସ ଦିଆଯିବ । ମହାନଗର ନିଗମ ଦ୍ୱାରା ସେହି ଅଞ୍ଚଳର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସୁଲଭ ଗୃହ ନିର୍ମାଣ ପ୍ରକଳ୍ପରେ ଏହି ପରିବାର ଗୁଡ଼ିକୁ ଚୂଡ଼ାନ୍ତ ଭାବରେ ଥଇଥାନ କରାଯିବା ପରେ ସେମାନେ ଏହି ଅସ୍ଥାୟୀ ବାସଗୃହ ଛାଡ଼ିବେ ।
ଗ. ଖାଦ୍ୟ ସହାୟତା-ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ୮ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ।
ଘ. ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ ।
୩. ମାଛ ମାର୍କେଟ କମ୍ପ୍ଲେକ୍ସ/ ମହାନଗର ନିଗମର ବ୍ୟବସାୟିକ ପ୍ରତିଷ୍ଠାନ-
ମହାନଗର ନିଗମରେ ରେଜେଷ୍ଟି୍ରଭୁକ୍ତ ହୋଇଥିବା ଦୋକାନୀ ମାନଙ୍କୁ ମାଛ ବିକ୍ରେତାମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ । ମହାନଗର ନିଗମ ସେମାନଙ୍କର ସିକୁ୍ୟରିଟି ଡିପୋଜିଟ୍ ଫେରାଇ ଦେବେ । ସେହିପରି କ୍ଷତିଗ୍ରସ୍ତ ଉଠାଦୋକାନୀମାନଙ୍କୁ ମହାନଗର ନିଗମ ଭେଣ୍ଡିଂ ଜୋନରେ ଅଗ୍ରାଧିକାର ଭିତ୍ତିରେ ସ୍ଥାନ ଯୋଗାଇ ଦିଆଯିବ ।
୪. ସ୍ଥାନୀୟ ଦୋକାନ ଘର- ସ୍ଥିତିବାନ ସତ୍ତ୍ୱ ଥିବା ଜମିରେ ନିର୍ମିତ ସମସ୍ତ ଦୋକାନ ଘର ଗୁଡ଼ିକୁ ରାଜ୍ୟ ସରକାରଙ୍କ ଅନୁମୋଦିତ ପ୍ରକି୍ରୟାରେ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ।
(କ)........ ୨୦୧୩ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ।
(ଖ) ସ୍ଥାନୀୟ ସହାୟତା- ପ୍ରତି କ୍ଷତିଗ୍ରସ୍ତଙ୍କୁ ପରିବହନ ଓ ତୁରନ୍ତ ବ୍ୟବସ୍ଥା ନିମନ୍ତେ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦୁଇଟି କିସ୍ତିରେ ଦିଆଯିବ । ପ୍ରଥମ କିସ୍ତି ଆରମ୍ଭରେ ଦିଆଯିବ ଏବଂ ଜମି ଖାଲି କଲା ପରେ ଦ୍ୱିତୀୟ କିସ୍ତି ଦିଆଯିବ ।
୫ ଅନଧିକୃତ ଦୋକାନ ଘର- ପ୍ରତି ଅନଧିକୃତ ଦୋକାନ ଘର ପାଇଁ ଏକକାଳୀନ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
୬. ଉଠା ଦୋକାନୀ-ପ୍ରତି ଉଠା ଦୋକାନୀକୁ ଏକକାଳୀନ ୨୦ ହଜାର ଟଙ୍କା ସହାୟତା ଦିଆଯିବ ।
୭. ସ୍ଥାନାନ୍ତରିତ ଧାର୍ମିକ ଅନୁଷ୍ଠାନ/କ୍ଲବ-ପ୍ରତି ଧାର୍ମିକ ଅନୁଷ୍ଠାନ/ କ୍ଲବ ପାଇଁ କଟକ ଜିଲ୍ଲାପାଳ ଏକ ଲକ୍ଷ ଟଙ୍କା ଲେଖାଏଁ ଏକକାଳୀନ ସହାୟତା ଯୋଗାଇ ଦେବେ ।
୮. ଗାଈଗୁହାଳ-ସ୍ଥାନାନ୍ତରିତ ପ୍ରତି ଗାଈ ଗୁହାଳ ପିଛା ଏକକାଳୀନ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ।
୯. ସ୍ୱତନ୍ତ୍ର ସହାୟତା-ସରକାରୀ କ୍ୱାର୍ଟର୍ସ ଖାଲି କରୁ୍ଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ଘରଭଡ଼ା ସହିତ ୧୨ ମାସ କିମ୍ବା ନୂଆ କ୍ୱାର୍ଟର୍ସ ମିଳିବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହାୟତା ନିମ୍ନୋକ୍ତ ବ୍ୟବସ୍ଥା ଅନୁଯାୟୀ ଦିଆଯିବ ।
ଚତୁର୍ଥ ଶ୍ରେଣୀ-୫୦୦୦ ଟଙ୍କା, ତୃତୀୟ ଶ୍ରେଣୀ-୭୫୦୦ ଟଙ୍କା, ଦ୍ୱିତୀୟ ଶ୍ରେଣୀ-୧୦,୦୦୦ ଟଙ୍କା, ପ୍ରଥମ ଶ୍ରେଣୀ-୧୨,୫୦୦ ଟଙ୍କା
୧୦. ଅନୁଷ୍ଠାନ ପାଇଁ ଭଡ଼ା ଘର ବ୍ୟବସ୍ଥା- ଆରଡିସିଙ୍କ ନେତୃତ୍ୱରେ ଗଠିତ କମିଟି ବଜାର ଦର ଅନୁଯାୟୀ ନିଷ୍ପତ୍ତି ଗ୍ରହଣ କରିବେ ।
୧୧. ଅନ୍ୟାନ୍ୟ ବ୍ୟବସ୍ଥା-
(କ) ଏହି ଥଇଥାନ ଓ ପୁନର୍ବାସ ନୀତି କଟକ ଜିଲ୍ଲାପାଳଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ ।
(ଖ) ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକ ସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।
(ଗ) ଏହି ଥଇଥାନ ପୁନର୍ବାସ ପ୍ୟାକେଟ୍ କାର୍ଯ୍ୟକାରୀ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ରାଜ୍ୟ ସରକାର ପାଣ୍ଠି ଯୋଗାଇ ଦେବେ ।