ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଆଜିଠୁ ଏକକ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେଉଛି । ପ୍ରତ୍ୟେକ ଦିନ ୩ଟି ସେସନ୍‌ରେ ପରୀକ୍ଷା କରାଯିବ । ପ୍ରଥମ ସେସନ୍‌ ୧୦ଟାରୁ ୧୧ଟା ୩୦ ଯାଏ ଚାଲିବ। ଦ୍ୱିତୀୟ ସେସନ୍‌ ୧୨ଟା୩୦ରୁ ଅପରାହ୍ନ ୨ଟା ଏବଂ ତୃତୀୟ ସେସନ୍‌ ୩ଟାରୁ ୪ଟା ୩୦ ପର୍ୟ୍ୟନ୍ତ କରାଯିବ ।

ଆସନ୍ତା ୧୩ ତାରିଖରେ ପରୀକ୍ଷା ସରିବ । ତେବେ ୭, ୯ ଓ ୧୧ ତାରିଖରେ ପରୀକ୍ଷା ହେବ ନାହିଁ । ଅଗଷ୍ଟ ୨୫ରେ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୫ରୁ ୩୦ ପର୍ୟ୍ୟନ୍ତ ଚଏସ୍‌ ଫିଲିଂ କରିବେ । ସେପ୍ଟେମ୍ବର ୫ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ। ସେପ୍ଟେମ୍ବର ୬ ଓ ୭ରେ ପ୍ରଥମ ପର୍ୟ୍ୟାୟ ନାମଲେଖା ହେବ ।