ଆଜିଠୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ, ଶିରିଡ଼ି ସାଇ ମନ୍ଦିରରେ ଦୈନିକ ୬୦୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା

ଆଜିଠୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ, ଶିରିଡ଼ି ସାଇ ମନ୍ଦିରରେ ଦୈନିକ ୬୦୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା

ଆଜିଠୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ, ଶିରିଡ଼ି ସାଇ ମନ୍ଦିରରେ ଦୈନିକ ୬୦୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁବିଧା
ମୁମ୍ବାଇ: ଆଜିଠାରୁ ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥଳ ଗୁଡ଼ିକ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲାଯିବ । ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କ ଦାବିକୁ ଆଧାର କରି ରାଜ୍ୟ ସରକାର ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ତେବେ ମନ୍ଦିରଗୁଡ଼ିକ ଖୋଲାଯିବା ନେଇ ଏସଓପି ଜାରି କରାଯାଇଛି । ନିର୍ଦ୍ଧିଷ୍ଟ ନିୟମ ଅନୁସରଣ ପୂର୍ବକ ଶ୍ରଦ୍ଧାଳୁମାନେ ଧାର୍ମିକ ସ୍ଥଳ ଗୁଡ଼ିକରେ ଦର୍ଶନ କରିପାରିବେ । କରୋନା ମହାମାରୀ ପାଇଁ ଦୀର୍ଘ ୬ ମାସରୁ ଅଧିକ ସମୟ ସମୟ ଧାର୍ମିକ ସ୍ଥଳ ଗୁଡ଼ିକ ବନ୍ଦ ରହିଥିଲା । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ଆମେ କରୋନା ରାକ୍ଷସକୁ ଭୁଲି ପାରିବା ନାହିଁ । ଏହା ଏବେ ବି ଆମ ମଧ୍ୟରେ ଉପସ୍ଥିତ ରହିଛି । ତେଣୁ ଆମେ ସମସ୍ତେ ଅନୁଶାସନକୁ ଅନୁସରଣ କରିବା ଦରକାର । ମନ୍ତ୍ରୀ ଜୟନ୍ତ ପାଯିଲ କହିଛନ୍ତି ଏବେ କରୋନା ରୋଗୀଙ୍କ ସଂଖ୍ୟା କମ ଥିବାରୁ ଧାର୍ମିକ ସ୍ଥଳୀଗୁଡ଼ିକ ଖୋଲାଯିବା ନିଷ୍ପତ୍ତି ଯଥାର୍ଥ । ସେ କହିଛନ୍ତିି ଧାର୍ମିକ ସ୍ଥଳ ପାଇଁ ଗୋଟିଏ ପ୍ରକାର ନିୟମ କାର୍ଯ୍ୟକାରୀ ହେବ । ମାସ୍କ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ନିୟମ ଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଗତ କିଛି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ସ୍ଥିତିରେ ଉନ୍ନତି ଦେଖାଯିବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମନ୍ଦିର ଖୋଲିବାକୁ ଅନୁମତି ପରେ ଶିରିଡ଼ି ସାଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଘଣ୍ଟାକୁ ୯୦୦ ଭକ୍ତ ଦର୍ଶନ ଓ ଦିନକୁ ସର୍ବାଧିକ ୬ ୦୦୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ସେହିପରି ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସର ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।