ଗୁଣବତ୍ତା ଶିକ୍ଷା ପାଇଁ ଶିକ୍ଷକଙ୍କୁ ମିଳିବ ଉଚ୍ଚଶିକ୍ଷା ଓ ତାଲିମ

ଗୁଣବତ୍ତା ଶିକ୍ଷା ପାଇଁ ଶିକ୍ଷକଙ୍କୁ ମିଳିବ ଉଚ୍ଚଶିକ୍ଷା ଓ ତାଲିମ

ଗୁଣବତ୍ତା ଶିକ୍ଷା ପାଇଁ ଶିକ୍ଷକଙ୍କୁ ମିଳିବ ଉଚ୍ଚଶିକ୍ଷା ଓ ତାଲିମ
ଭୁବନେଶ୍ୱର: ପ୍ରତ୍ୟେକ ଶିକ୍ଷକ କିଭଳି ଉଚ୍ଚଶିକ୍ଷିତ ହେବେ ଏବଂ ତାଲିମଧାରୀ ହୋଇ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇ ଦେବେ ସେଥିପାଇଁ ଗଣଶିକ୍ଷା ବିଭାଗ ଗୁରୁତ୍ୱର ସହ ବିଚାର କରିଛି । ଏହାକୁ ନେଇ ବିଭାଗ ପକ୍ଷରୁ ମାଧ୍ୟମିକ ନିଦେ୍ର୍ଧଶାଳୟ ଅଧୀନସ୍ଥ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ନିୟମିତ ଶିକ୍ଷକଙ୍କ ଠାରୁ ଆବେଦନ ଆହ୍ୱାନ ଲାଗି ବିଭାଗ ପକ୍ଷରୁ କୁହାଯାଇଛି । ଏ ସଂକ୍ରାନ୍ତରେ ବିଭାଗୀୟ ଉପସଚିବ ପ୍ରତିଭା ଦୋରା ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ ଯେଉଁ ଶିକ୍ଷକମାନେ ଉଚ୍ଚଶିକ୍ଷା ଓ ତାଲିମ ପାଇଁ ଇଚ୍ଛୁକ ସେମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କର । ତେବେ ଯେଉଁ ଶିକ୍ଷକ ଏଥିଲାଗି ଆବେଦନ କରିବେ ସେମାନଙ୍କୁ ତାଙ୍କର ନିଯୁକ୍ତିଦାତାଙ୍କ ଠାରୁ ଅନୁମତି ପତ୍ର ଆଣିବାକୁ ପଡ଼ିବ । ଅନୁମତି ପତ୍ର ଆଣିବା ପରେ ସେ କେଉଁ ବିଶ୍ୱ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରିବେ ସେ ନେଇ ଏକ ସତ୍ୟପାଠ ସରକାରଙ୍କ ନିକଟରେ ଦାଖଲ କରିବେ । ଯଦି କରେସପଣ୍ଡେନ୍ସ କୋର୍ସରେ ଉଚ୍ଚଶିକ୍ଷା ଅଧ୍ୟୟନ କରିବାକୁ ଶିକ୍ଷକମାନେ ଚାହିଁବେ ତେବେ ହିଁ ତାଙ୍କୁ ଅନୁମତି ମିଳିବ ବୋଳି ବିଭାଗ ପକ୍ଷରୁ ସର୍ତ୍ତ ରଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଯେଉଁ ଶିକ୍ଷକ ନିୟମିତ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହିଁବେ ଏବଂ ନିଯୁକ୍ତିଦାତା ତାଙ୍କୁ ଅନୁମତି ଦେବେ ସେ କ୍ଷେତ୍ରରେ ଉକ୍ତ ବିଦ୍ୟାଳୟର ପାଠପଢ଼ା ଯେପରି ସମସ୍ୟା ନ ଉପୁଜିବ ତାହା ନିଶ୍ଚିତ କରିବେ । ଶିକ୍ଷକମାନେ ନିଜ ଖର୍ଚ୍ଚରେ ଉଚ୍ଚଶିକ୍ଷା କରିପାରିବେ । ଶିକ୍ଷକ ଯେଉଁ ସମୟ ଉଚ୍ଚଶିକ୍ଷା ପାଇଁ ଛୁଟିରେ ଯିବେ ସେହି ସମୟରେ ତାଙ୍କୁ କୌଣସି ଆର୍ଥିକ ଲାଭ ଦିଆଯିବ ନାହିଁ । ଏ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଧିଷ୍ଟ ଫର୍ମାଟରେ ସରକାରଙ୍କ ଅବଗତ କରାଇବାକୁ ଦର୍ଶାଯାଇଛି ।