ଆମକୁ ୨ ସପ୍ତାହ ତ ଦିଅନ୍ତୁ: ବୋଥ୍ରା

ଆମକୁ ୨ ସପ୍ତାହ ତ ଦିଅନ୍ତୁ: ବୋଥ୍ରା

ଆମକୁ ୨ ସପ୍ତାହ ତ ଦିଅନ୍ତୁ: ବୋଥ୍ରା
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି ଭିତରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏସଆଇଟି ଗଠନ ହେବା ଏବେ ୪ରୁ ୫ ଦିନ ହେଲା । ଆମକୁ ୨ ସପ୍ତାହ ତ ସମୟ ଦିଅନ୍ତୁ । ଆମେ କଠିନ ପରିଶ୍ରମ କରୁଛୁ ଓ ଆମ ଦାୟିତ୍ୱ ନେଇ ସଚେତନ ଅଛୁ ବୋଲି ଅରୁଣ ବୋଥ୍ରା କହିଛନ୍ତି । ଅନ୍ୟପକ୍ଷରେ ପରୀ ହତ୍ୟା ଘଟଣାରେ ନୟାଗଡ଼ ଯଦୁପୁରରେ ପହଞ୍ଚିଛି କଂଗ୍ରେସ ଟିମ । ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ତାରା ବାହିନୀପତି, ଭକ୍ତ ଦାସ ଓ ପ୍ରଦୀପ ମାଝୀ ପ୍ରମୁଖଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯଦୁପୁରରେ ପହଞ୍ଚିଥିବା ଜଣାଯାଇଛି । ସମ୍ପୃକ୍ତ କଂଗ୍ରେସ ପ୍ରତିନିଧି ଦଳ ପରୀର ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସମ୍ପୃକ୍ତ ପ୍ରତିନିଧି ଦଳ କିଭଳି ଓ କେଉଁ ପରିସ୍ଥିତିରେ ପରୀକୁ ଅପହରଣ ପରେ ହତ୍ୟା କରାଗଲା ସେ ନେଇ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବିଜେପି ପକ୍ଷରୁ ମଧ୍ୟ ଏକ ଟିମ ଯଦୁପୁରରେ ପହଞ୍ଚିଛି ।