ଆଳୁ କେଜି ୧୭, ପିଆଜ କେଜି ୩୦, ଜାଣନ୍ତୁ କେଉଁ ହାଟରେ

ଆଳୁ କେଜି ୧୭, ପିଆଜ କେଜି ୩୦, ଜାଣନ୍ତୁ କେଉଁ ହାଟରେ

ଆଳୁ କେଜି ୧୭, ପିଆଜ କେଜି ୩୦, ଜାଣନ୍ତୁ କେଉଁ ହାଟରେ
ନୂଆଦିଲ୍ଲୀ: କହିବାକୁ ଗଲେ ଭାରତ କୃଷି ପ୍ରଧାନ ଦେଶ । ଦେଶର ସବୁ ପ୍ରାନ୍ତରେ ଆଳୁ ଓ ପିଆଜ ଚାଷ ହୋଇଥାଏ । କିନ୍ତୁ ଏବେ ଭାରତରେ ଆଳୁ ଓ ପିଆଜର ଅହେତୁକ ଦରବୃଦ୍ଧି ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଶ୍ଚର୍ୟ୍ୟର ବିଷୟ ହେଉଛି ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ଭଳି ଛୋଟ ଦେଶରେ ଆଳୁ ଓ ପିଆଜ ଦର ଭାରତଠାରୁ କମ ରହିଛି । ନେପାଳକୁ ଅଧିକ ଆଳୁ ଏବଂ ପିଆଜ ଭାରତରୁ ଯାଇଥାଏ । ବାଂଲାଦେଶକୁ ବି ଭାରତରୁ ବହୁ ପରିମାଣରେ ପିଆଜ ପଠାଯାଇଥାଏ । ଭାରତରେ ଏବେ ଶୀତଳ ଭଣ୍ଡାର ଆଳୁ କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକି୍ର ହେଉଛି । ପିଆଜ କିଲୋ ପିଛା ଦର ୭୦ ରୁ ୮୦ ଟଙ୍କା ରହିଛି । ଟମାଟୋ ଦର ୫୦ ରୁ ୬୦ ଟଙ୍କା ରହିଛି । କିନ୍ତୁ ପାକିସ୍ତାନ କଥା ଯଦି ବିଚାରକୁ ନେବା ତେବେ ସେଠାରେ ଏବେ ଏସବୁ ପରିବା ଦର ଖୁବ୍‍ କମ ରହିିଛି । ଯଦି ଭାରତୀୟ ମୁଦ୍ରାରେ ପାକିସ୍ତାନର ଶୀତଳ ଭଣ୍ଡାର ଆଳୁ ଦରକୁ ହିସାବ କରିବା ତା ହେଲେ ସେଠାରେ ଏହା କିଲୋ ପିଛା ୧୭.୨୫ ଟଙ୍କା ରହିଛି । ସେହିଭଳି ନୂଆ ଆଳୁ ଦର ୩୪.୫୦ ଟଙ୍କା ରହିଛି । ସେଠାରେ କିଲୋ ପିଛା ପିଆଜ ୩୦.୨୫ ଟଙ୍କା ରହିଛି ଏବଂ ଟମାଟୋ ଦର ୫୮.୨୮ ଟଙ୍କା ରହିଛି ।