ଆସନ୍ତା ୧୫ ତାରିଖରୁ ଏମ୍‌କେସିଜି ଓପିଡି ଖୋଲିବ

ଆସନ୍ତା ୧୫ ତାରିଖରୁ ଏମ୍‌କେସିଜି ଓପିଡି ଖୋଲିବ

ଆସନ୍ତା ୧୫ ତାରିଖରୁ ଏମ୍‌କେସିଜି ଓପିଡି ଖୋଲିବ
ବ୍ରହ୍ମପୁର : ଆସନ୍ତା ୧୫ ତାରିଖରୁ ବ୍ରହ୍ମପୁର ଏମ୍‌କେସିଜି ଓପିଡି ଖୋଲିବ । ଏମ୍‌କେସିଜି ମେଡ଼ିକାଲ କଲେଜର ଜେନେରାଲ୍‌ ଓପିଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ତେବେ ଓପିଡିକୁ ଆସିବା ସମୟରେ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଏମ୍‌କେସିଜି ଜେନେରାଲ୍‌ ଓପିଡି ବନ୍ଦ ରହିଛି । ଓପିଡି ବନ୍ଦ ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଓପିଡି ଖୋଲିବା ନେଇ ସାଧାରଣରେ ଦାବି ମଧ୍ୟ ହୋଇଛି ।