ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ

ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ

ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ୱର: ଆଜି ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭରୁ ଝଡ଼ ଦେଖିବାକୁ ମିଳିଛି । ପ୍ରଥମ ଦିନରେ କୋଟିଆ ପ୍ରସଙ୍ଗ ସରଗରମ ହୋଇଛି । କୋଟିଆ ପ୍ରସଙ୍ଗକୁ ନେଇ ଆଜି ଗୃହ କାର୍ୟ୍ୟ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଥମେ କଂଗ୍ରେସ କକ୍ଷ ତ୍ୟାଗ କରିବା ପରେ ବିଜେପି ମଧ୍ୟ ଏହାକୁ ସମର୍ଥନ କରି ଗୃହ ତ୍ୟାଗ କରିଥିଲା । ଅଧିବେଶନ ଆରମ୍ଭରୁ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଗୃହରେ ଏଭଳି ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ରାଜ୍ୟପାଳ ଅଭିଭାଷଣ ପରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିବା ସମୟରେ ଗୃହ କାର୍ୟ୍ୟ ବନ୍ଦ କରିବା ପାଇଁ ବିରୋଧି ହଟ୍ଟଗୋଳ ଆରମ୍ଭ କରିଥିଲେ ଓ ପରେ ଉଭୟ ବିଜେପି ଓ କଂଗ୍ରେସ ଗୃହ ତ୍ୟାଗ କରିଥିଲେ । ପ୍ରଥମେ କୋଟିଆ, ଆଇନଶୃଙ୍ଖଳା, ମଣ୍ଡି ଓ ତେଲ ଦରକୁ ନେଇ କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିବାବେଳେ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ଓ କୋଟିଆ ପ୍ରସଙ୍ଗୁ ନେଇ ବିଜେପି ସଦସ୍ୟ ଗୃହ ତ୍ୟାଗ କରିଥିଲେ । ତେବେ ପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାବେଳେ ପୁଣି ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ମଣ୍ଡି ଅବ୍ୟବସ୍ଥାନେଇ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାଣ ପାତ୍ର ଗୃହକୁ ଆସନ୍ତାକାଲି ଦିନ ୧୦.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।