ଇମ୍ରାନଙ୍କୁ ସତର୍କ କରାଇଲେ ଟ୍ରମ୍ପ :ଭାରତ ବିରୋଧୀ ବୟାନ ଦିଅ ନାହିଁ

ଇମ୍ରାନଙ୍କୁ ସତର୍କ କରାଇଲେ ଟ୍ରମ୍ପ :ଭାରତ ବିରୋଧୀ ବୟାନ ଦିଅ ନାହିଁ

ଇମ୍ରାନଙ୍କୁ ସତର୍କ କରାଇଲେ ଟ୍ରମ୍ପ :ଭାରତ ବିରୋଧୀ ବୟାନ ଦିଅ ନାହିଁ
ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୩୦ ମିନିଟ ଧରି ଫୋନରେ କଥାବାର୍ତ୍ତା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୋଦିଙ୍କ ସହ ୩୦ ମିନିଟ କଥାବାର୍ତ୍ତା ସମୟରେ ମୋଦି ପଡୋଶୀ ରାଷ୍ଟ୍ର ଦ୍ୱାରା ଭାରତ ବିରୋଧରେ ଅତ୍ୟଧିକ ଉତ୍ତେଜନା ସୃଷ୍ଟିକାରୀ ବୟାନ ଦିଆଯାଉଥିବା ପ୍ରସଙ୍ଗ ଉଠାଇଥିଲେ । ପରେ ଏହି ପ୍ରସଙ୍ଗରେ ଟ୍ରମ୍ପ ଇମ୍ରାନଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି । ଭାରତ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ବୟାନ ନ ଦେବା ପାଇଁ ଟ୍ରମ୍ପ ଇମ୍ରାନ ସତର୍କ କରାଇ ଦେଇଥିବା ହ୍ୱାଇଟ ହାଉସ ସୂତ୍ରରୁ ଜଣାପଡ଼ିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାର ଫୋନ୍ କଥାବାର୍ତ୍ତାରେ କହିଛନ୍ତି, ଭାରତ ସରକାର ଫାସିବାଦୀ ଏବଂ ନିଜକୁ ସର୍ବୋଚ୍ଚ ବୋଲି ଭାବୁଛନ୍ତି । ଭାରତ ସରକାର ପକ୍ଷରୁ ପାକିସ୍ତାନରୁ ବାରମ୍ବାର ଧମକ ଦିଆଯାଉଛି ଏବଂ ଭାରତରେ ଥିବା ସଂଖ୍ୟାଲଘୁମାନଙ୍କୁ ମଧ୍ୟ ଧମକ ଦିଆଯାଇଛି ବୋଲି ଇମ୍ରାନ ଅଭିଯୋଗ କରିଛନ୍ତି । ତେବେ କଶ୍ମୀରକୁ ନେଇ ବଢ଼ୁଥିବା ଉତ୍ତେଜନାକୁ ରୋକିବା ଦିଗରେ ପାକିସ୍ତାନର ପଦକ୍ଷେପ ସକରାତ୍ମକ ହେବା ଆବଶ୍ୟକ ବୋଲି ଟ୍ରମ୍ପ ଗୁରୁତ୍ୱାରୋପ କରିଥିଲେ ।