ଏଣିକି ସପ୍ତାହର ସାତ ଦିନ ଯାକ ଚଳାଚଳ କରିବ ’ମୋ ବସ’

ଏଣିକି ସପ୍ତାହର ସାତ ଦିନ ଯାକ ଚଳାଚଳ କରିବ ’ମୋ ବସ’

ଏଣିକି ସପ୍ତାହର ସାତ ଦିନ ଯାକ ଚଳାଚଳ କରିବ ’ମୋ  ବସ’
ଭୁବନେଶ୍ବର : ଏଣିକି ସପ୍ତାହର ସାତ ଦିନ ଯାକ ମୋ’ ବସ ଚଳାଚଳ କରିବ । ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେହିପରି ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ - ରୁଟ୍‌ ନମ୍ବର ୧୧, ୧୬, ୨୦, ୨୩, ୨୪, ୨୫ ଓ ୩୩ରେ ଏହି ବସ୍ ସବୁଦିନେ ଚାଲିବ । ତେବେ ଏଥିପାଇଁ କିଛି ନିୟମ ମଧ୍ୟ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେହି ଛିଡା ହୋଇ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି । ସେହିପରି ଡିଜିଟାଲ ପେମେଣ୍ଟ କରାଯିବ ବୋଲି ସୂଚନା ରହିଛି ।