ଏଣିକି ସ୍ୱୟଂକି୍ରୟ ଡ୍ରାଇଭିଂ

ଏଣିକି ସ୍ୱୟଂକି୍ରୟ ଡ୍ରାଇଭିଂ

ଏଣିକି ସ୍ୱୟଂକି୍ରୟ ଡ୍ରାଇଭିଂ
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ପାଇଁ ସ୍ୱୟଂକି୍ରୟ ବ୍ୟବସ୍ଥା ଲାଗୁ ହେବ । ଡ୍ରାଇଭିଂ ପରୀକ୍ଷା ବେଳେ ନା ପରିବହନ ନା ବିଭାଗ କର୍ମଚାରୀ କରିବେ ନା କେହି ଦଲାଲ ଟହଲ ମାରିବେ । ଡ୍ରାଇଭିଂ ଟ୍ରାକ୍ରେ ଜଗିବ କ୍ୟାମେରା । ଚାଳକ କେମିତି ଗାଡ଼ି ଚଳାଉଛନ୍ତି, ତା’ର ରେକଡିଂ କରାଯିବ । ଡ୍ରାଇଭିଂ ପରୀକ୍ଷାରେ ପାସ୍ କି ଫେଲ ଜାଣିବା ପାଇଁ ଦଲାଲ କିମ୍ବା କର୍ମଚାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବନି । ବ୍ଲଟକିରେ ଫଳାଫଳ ଜଣାଇ ଦେବ କମ୍ପୁ୍ୟଟର । ଗାଡ଼ି ଡ୍ରାଇଭିଂ ପରୀକ୍ଷା ପାଇଁ ଏଭଳି ସ୍ୱୟଂ କି୍ରୟ ବ୍ୟବସ୍ଥା ଲାଗୁ ହେବ ଓଡ଼ିଶାରେ । ଏ ଦିଗରେ କାମ ଆରମ୍ଭ କରି ସାରିଲେଣି ରାଜ୍ୟ ପରିବହନ ନିଗମ । ୫-ଟି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକି୍ରୟାରୁ ଦଲାଲ ହଟାଇବାକୁ ବ୍ୟବସ୍ଥା କରାଯିବ । ଏଥିପାଇଁ ରାଜ୍ୟର ୧୮ଟି ସ୍ଥାନରେ ସ୍ୱୟଂ କି୍ରୟ ଡ୍ରାଇଭିଂ ଟେଷ୍ଟିଂ ସେଣ୍ଟର ପ୍ରତିଷ୍ଠା ହେବ । ଏଠାରେ ଅଧିକ କର୍ମଚାରୀ ଆବଶ୍ୟକ ପଡ଼ିବେନି । ୨ ଚକିଆ, ୩ ଚକିଆ, ୪ ଚକିଆ ଗାଡ଼ିଗୁଡ଼ିକ ପାଇଁ ଡ୍ରାଇଭିଂ ପରୀକ୍ଷା ଏସବୁ କେନ୍ଦ୍ରରେ କରାଯିବ । ଗୁଜରାଟ, ମହାରାଷ୍ଟ୍ର, ରାଜସ୍ଥାନ ଭଳି ରାଜ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଏହାକୁ ଅନୁଧ୍ୟାନ କରି ଓଡ଼ିଶାରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଭୁବନେଶ୍ୱର ଆରଟିଓ ୧, ଆରଟିଓ-୨, କଟକ ସମେତ ରାଜ୍ୟର ପ୍ରମୁଖ ୧୮ଟି ସ୍ଥାନରେ ଅତ୍ୟାଧୁନିକ ଟେକ୍ନୋଲୋଜି ଉପଯୋଗ କରି ଏହି ବ୍ୟବସ୍ଥା ଆରମ୍ଭ କରାଯିବ । ପ୍ରତି ସ୍ଥାନରେ ପ୍ରାୟ ୫ ଏକର ଜମିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ସ୍ୱୟଂ କି୍ରୟ ଡ୍ରାଇଭିଂ ଟ୍ରାକ୍ ନିର୍ମାଣ ପାଇଁ ନିର୍ମାଣ କାର୍ଯ୍ୟ ସରିଲାଣି । ସ୍ୱୟଂ କି୍ରୟ ବ୍ୟବସ୍ଥା ପାଇଁ କେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ତାହା ଖୁବ୍ ଶୀଘ୍ର ଚୂଡାନ୍ତ କରାଯିବ । ପୁନେର ଏକ ସଂସ୍ଥା ସିଆଇ ଆରଟି ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିବା ବେଳେ ୪ ତାରିଖରେ ଲୋକ ସେବା ଭବନରେ ଏକ ବୈଠକ ମଧ୍ୟ ବସିଥିଲା । ପରିବହନ ସଚିବ ଜି.ଶ୍ରୀନିବାସ କହିଛନ୍ତି ଏଥିପାଇଁ ପ୍ରକି୍ରୟା ଆରମ୍ଭ ହୋଇସାରିଛି । ଖୁବ୍ ଶୀଘ୍ର ଆରଏଫପି ଆହ୍ୱାନ କରାଯିବ । ରାଜ୍ୟର ପ୍ରମୁଖ ୧୮ଟି ସ୍ଥାନରେ ଏହି ବ୍ୟବସ୍ଥା ପ୍ରଥମେ ଲାଗୁ ହେବ । ସମ୍ଭବତଃ ମାର୍ଚ୍ଚ ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ଏହି ବ୍ୟବସ୍ଥା ଲାଗୁ ହେଲେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ଅଧିକ ସ୍ୱଚ୍ଛ ଓ ତ୍ୱରିତ ହେବ । ଦଲାଲଙ୍କ ପ୍ରାଦୁର୍ଭାବକୁ ରୋକାଯାଇପାରିବ ।