ଏଲଏସିରେ କୌଣସି ଗୁଳି ଫୁଟି ନାହିଁ : ଭାରତୀୟ ସେନା

ଏଲଏସିରେ କୌଣସି ଗୁଳି ଫୁଟି ନାହିଁ : ଭାରତୀୟ ସେନା

ଏଲଏସିରେ କୌଣସି ଗୁଳି ଫୁଟି ନାହିଁ : ଭାରତୀୟ ସେନା
ଲଦାଖ : ଭାରତ ଏବଂ ଚୀନ୍ ସୀମାରେ ଭୟଙ୍କର ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ରାତିରେ ଚୀନ ପକ୍ଷରୁ ଗୁଳି ଚାଳନାର ଅଭିଯୋଗ କରାଯାଇଥିଲା । ଚୀନ ସେନା ପେଟ୍ରୋଲିଂ କରୁଥିବା ସମୟରେ ଭାରତୀୟ ସେନାଙ୍କ ପକ୍ଷରୁ ଗୁଳି ଚାଳନାର ଅଭିଯୋଗ କରାଯାଇଥିଲା । ତେବେ ମଙ୍ଗଳବାର ସକାଳୁ ଭାରତୀୟ ସେନା ପକ୍ଷରୁ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଏଲଏସି ନିକଟରେ ଆଦୌ ଗୁଳିମାଡ ହୋଇନାହିଁ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ।ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ନାହିଁ ବୋଲି ମଧ୍ୟ ସେନା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାତିରେ ଗୁଳିମାଡ କରାଯାଇଥିବା ନେଇ କିଛି ଭାରତୀୟ ଗଣମାଧ୍ୟମ ଚ୍ୟାନେଲ ଦାବି କରିଥିଲେ । ତେବେ ଭାରତୀୟ ସେନାର ସ୍ପଷ୍ଟୋକ୍ତି ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ଗଲୱାନ ଘାଟିରେ ଘଟିଥିବା ସଂଘର୍ଷରେ ୨୦ ଯବାନ ଶହୀଦ ହୋଇଥିବା ବେଳେ ଅଗଷ୍ଟ ୨୯ ତାରିଖରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା ।