ସୁସ୍ଥ ହେବା ପରେ ଆଉଥରେ କରୋନା ଆକ୍ରାନ୍ତ ହେଲେ ମହିଳା

ସୁସ୍ଥ ହେବା ପରେ ଆଉଥରେ କରୋନା ଆକ୍ରାନ୍ତ ହେଲେ ମହିଳା

ସୁସ୍ଥ ହେବା ପରେ ଆଉଥରେ କରୋନା ଆକ୍ରାନ୍ତ ହେଲେ ମହିଳା
ବେଙ୍ଗାଲୁରୁ : କରୋନାକୁ ନେଇ ସାରା ବିଶ୍ବ ଭୀତତ୍ରସ୍ତ ରହିଥିବାବେଳେ କରୋନାକୁ ନେଇ ପୁଣି ଏକ ନୂତନ ମାମଲା ଦେଖିବାକୁ ମିଳିଛି । କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଜଣେ ୨୭ ବର୍ଷୀୟା ମହିଳା ପୁନର୍ବାର କରୋନାରେ ପୀଡ଼ିତ ହୋଇଥିବାର ସୂଚନା ରହିଛି । ବେଙ୍ଗାଲୁରୁର ୨୭ ବର୍ଷୀୟା ଜଣେ ମହିଳା କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ପୁଣିଥରେ ସଂକ୍ରମିତ ହୋଇଥିବାର ଦେଖାଯାଇଛି । ଭାରତରେ ଏଭଳି ମାମଲା ପ୍ରଥମଥର ପାଇଁ ଦେଖାଦେଇଛି । ଯଦିଓ ଏପରି ମାମଲା ବାହାର ଦେଶରେ ପୂର୍ବରୁ ଦେଖାଯାଇଥିବାର ସୂଚନା ରହିଥିଲା । ମିଳିଥିବା ସୂଚନା ଅନୁସାରେ ମହିଳାଜଣକ ଜୁଲାଇ ମାସରେ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ମାସକ ପରେ ପୁଣିଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏଭଳି ମାମଲାକୁ ଦେଖି ସ୍ବାସ୍ଥ୍ୟ ମନ୍ତ୍ରୀ ଡା. କେ ସୁଧାକର ଅଧିକାରୀଙ୍କୁ ଏହା ସମ୍ପର୍କରେ କ୍ଲିନିକାଲ୍ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞ ମତରେ କୋଭିଡ୍ -୧୯ ରୋଗୀରେ ଶରୀରରେ ଶ୍ବେତ ରକ୍ତ କଣିକାର ଉତ୍ପାଦନ ହେବା ପାଇଁ ଅତି କମ୍‌ରେ ୧୫ ଦିନ ଲାଗିଥାଏ । ଏଥିପାଇଁ ଏହି ରୋଗ ଦ୍ବିତୀୟଥର ସଂକ୍ରମଣ ହେବାର ସମ୍ଭାବନାକୁ ଏଡାଇ ଯାଇ ହେବ ନାହିଁ । ତେବେ ଦ୍ବିତୀୟ ଥର କରୋନା ଆକ୍ରାନ୍ତ ହେବାର ଏହା ନିଶ୍ଚିନ୍ତ କାରଣ ନୁହେଁ ।