ଏହି ଦେଶରେ କୁକୁର ପରି ଭୁକେ ହରିଣ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଦେଶରେ କୁକୁର ପରି ଭୁକେ ହରିଣ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଏହି ଦେଶରେ କୁକୁର ପରି ଭୁକେ ହରିଣ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ହରିଣ କୁକୁର ପରି ଭୁକିବା ଏକ ଆଶ୍ଚର୍ଯ୍ୟଜନକ କଥା । କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି । ଏହି ହରିଣ କୁକୁର ଭଳି ରଡି କରି ବୋବାଇଥାଏ । ବନ୍ୟଜନ୍ତୁ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଲୁପ୍ତ ହେବା ପୂର୍ବରୁ ଏହି ହରିଣକୁ ଦେଖିବାକୁ ମିଳିଛି । ପରିବେଶ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଲମ୍ବା ଶିଙ୍ଘ ପାଇଁ ଏହା ବେଶ ଜଣାଶୁଣା । ଏପ୍ରିଲରେ ଏହାର ଫଟୋ ଉତର ପୂର୍ବ କାମ୍ବୋଡିଆର ରତ୍ନଗିରି ପ୍ରଦେଶର ବିରାଚେ ଜାତୀୟ ଉଦ୍ୟାନରେ ଏକ ଲୁକାୟିତ କ୍ୟାମେରାରେ କଏଦ ହୋଇଥିଲା । ସେହିଦିନଠୁ ଏହି ହରିଣକୁ ଖୋଜିବା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । କାମ୍ବୋଡିଆ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ସବୁଠାରୁ ରୋମାଂଚକର କଥା । କାମ୍ବୋଡିଆରେ ଏହି ବିରଳ ପ୍ରଜାତିର ତଲାସି ଜାରି ରହିିଛି । ଏହି ପ୍ରଜାତି ପ୍ରଥମେ ଭିଏତନାମ ଏବଂ ଲାଓସର ଜଙ୍ଗଲରେ ମିଳିଥିଲା । କିଛି ବର୍ଷ ପୂର୍ବରୁ ଏହ ଜଙ୍ଗଲ ନଷ୍ଟ ଓ ବେଆଇନ ଭାବେ କଟାଯାଉଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି ।