କଟକ ଚୌଦ୍ୱାର ଛାତ୍ର କଂଗ୍ରେସ କମିଟି ଘୋଷିତ

କଟକ ଚୌଦ୍ୱାର ଛାତ୍ର କଂଗ୍ରେସ କମିଟି ଘୋଷିତ

କଟକ ଚୌଦ୍ୱାର ଛାତ୍ର କଂଗ୍ରେସ କମିଟି ଘୋଷିତ

କଟକ: ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶିର ନାୱାଜଙ୍କ ଅନୁମୋଦନ କ୍ରମେ କଟକ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦୀପକ ମହାନ୍ତି କଟକ ଚୌଦ୍ୱାର ଛାତ୍ର କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବାସୁଦେବ ବେହେରା, ଜିତେନ୍ଦ୍ର ସାମଲ, ଦୀପକ ରଞ୍ଜନ ସ୍ୱାଇଁ, ଜ୍ୟୋଲିପ୍ରିୟା ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଚୌଧୁରୀ,ମିହିର ରଞ୍ଜନ ନାୟକ ଉପସଭାପତି ଭାବରେ ରହିଛନ୍ତି। ସାଧାରଣ ସମ୍ପାଦକ ଭାବେ ବିପିନ ଦେହୁରୀ, ସିଦ୍ଧରଞ୍ଜନ ତରାଇ, ବିଶ୍ୱଜିତ କୁମାରଜୀ, ମଳୟ ମହାରଣା, ଧୀରଜ କୁମାର ରାଉଳ, ପ୍ରଭାତ କରଣ ସ୍ଥାନ ପାଇଛନ୍ତି। ସୋମନାଥ ଖଟୁଆ, ବିବେକ ସାସମାଲ, ବିଶ୍ୱଜିତ ପରିଡା, ଆଶିଷ ବେହେରା, ସୌରଭ କୁମାର ବେହେରା, ପ୍ରଭୁଦତ୍ତ ନାୟକ ସମ୍ପାଦକ ଭାବେ ଓ ନିଶିକାନ୍ତ ଦ୍ବିବେଦୀ, ଚନ୍ଦନ ମଲ୍ଲିକ, ଆଶୁତୋଷ ପଣ୍ଡା, ପବିତ୍ର କୁମାର ନାୟକ ସୋସିଆଲ ମିଡ଼ିଆ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।