କଫି

କଫି

କଫି
କଫିର ଜନ୍ମ ଇଥିଓପିଆରେ । ପଞ୍ଚଦଶ ଶତାବ୍ଦୀରେ କଫିକୁ ପ୍ରଥମେ ଆରବ ଅଣାଯାଇଥିଲା ଏବଂ କଫିର ପ୍ରଥମ ନାଁ ଥିଲା ‘ଆରବିକା’ । ଭାରତକୁ ପ୍ରଥମେ କଫି ଆଣିଥିଲେ ମହୀଶୁରର ମୁସଲମାନ ସନ୍ଥ ବାବା ବୁଦାନ । ମକ୍କା ତୀର୍ଥ ସାରି ଫେରୁଥିବା ବେଳେ ୟେମେନରୁ ସାତଟି କଫି ମଞ୍ଜିିକୁ ନେଇ ନିଜ ଦାଢ଼ିରେ ଲୁଚାଇ ନେଇ ଆସିଥିଲେ । ୧୬୭୦ ଖ୍ରୀଷ୍ଟାବ୍ଦରେ ଏହାକୁ ଚନ୍ଦ୍ରଗିରି ପର୍ବତରେ ବାବା ପୋତିଥିବା ଜଣାଯାଏ । ସନ୍ଥଙ୍କ ନାଁ ଅନୁସାରେ ଏବେ ଏହି ପର୍ବତର ନାଁ ରହିଛି ‘ବାବା ବୁଦାନ ଗିରି’ । ପରେ କର୍ନାଟକ ତଥା ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକର ପାର୍ବତ୍ୟାଞ୍ଚଳରେ କଫି ଚାଷ ହୋଇଥିଲା । ଭାରତକୁ ଇଂରେଜ ମାନେ ଆସିବା ପରେ ସେମାନଙ୍କ ଦ୍ୱାରା ଅନ୍ୟ ଦେଶକୁ କଫି ରପ୍ତାନି ହୋଇଥିଲା । କଫି ଉପôାଦନରେ ବ୍ରାଜିଲ ପ୍ରଥମ । ଭାରତର ସ୍ଥାନ ସପ୍ତମ ଏବଂ ବାର୍ଷିକ ୩୪୮ ହଜାର ଟନ୍ କଫି ଉପôାଦିତ ହେଉଥିବା ପ୍ରକାଶ ।