କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬ ହଜାର ୧୪୮ ଜଣ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬ ହଜାର ୧୪୮ ଜଣ ପଜିଟିଭ୍ ଚିହ୍ନଟ
admin
Jun 10, 2021 - 04:42
Updated: Jun 10, 2021 - 04:42
ଭୁବନେଶ୍ୱର : ଗୋଟିଏ ଦିନରେ କରୋନାରେ ୬୧୪୮ ଜଣଙ୍କର ଜୀବନ ଯାଇଛି । କରୋନା ମହାମାରୀ ବ୍ୟାପିବା ଦିନଠାରୁ ଦିନକରେ ଏତେ ସଂଖ୍ୟକ ଲୋକ ମୃତୁ୍ୟବରଣ କରିନଥିବାର ନଜିର ନଥିଲା । ଫଳରେ ଦୈନିକ ମୃତୁ୍ୟରେ ଏକ ଅଲୋଡ଼ା ରେକଡର଼୍ ସୃଷ୍ଟିହୋଇଛି । ଦେଶରେ ଏଯାବତ କରୋନାରେ ୩ ଲକ୍ଷ ୫୯ ହଜାର ୬୭୬ ଜଣଙ୍କର ମୃତୁ୍ୟ ଘଟିଛି ।
ଅପରପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୯୪୦୫୨ ଜଣ ସଂକ୍ରମିତ ହୋଇଛନ୍ତି । ତୃତୀୟ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ଲକ୍ଷେ ତଳେ ରହିଛି । ଭାରତରେ ଏଯାବତ ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବରଗଡ଼ରେ ୪, ବଲାଙ୍ଗୀରରେ ୨, ବୌଦ୍ଧରେ ୨, କଟକରେ ୪, ଦେବଗଡ଼ରେ ୧, ଢେଙ୍କାନାଳରେ ୧, ଯାଜପୁରରେ ୧, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୫, ମୟୂରଭଞ୍ଜରେ ୨, ପୁରୀରେ ୩, ରାୟଗଡ଼ାରେ ୩, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୯୫, ବାଲେଶ୍ୱରରେ ୩୯୨, ବରଗଡ଼ରେ ୧୦୭, ଭଦ୍ରକରେ ୨୪୬, ବଲାଙ୍ଗୀରରେ ୭୭, ବୌଦ୍ଧରେ ୧୩୦, କଟକରେ ୬୪୭, ଦେବଗଡ଼ରେ ୨୮, ଢେଙ୍କାନାଳରେ ୭୩, ଗଜପତିରେ ୪୮, ଗଞ୍ଜାମରେ ୪୫, ଜଗତସିଂହପୁରରେ ୨୨୬, ଯାଜପୁରରେ ୪୩୪, ଝାରସୁଗୁଡ଼ାରେ ୪୨, କଳାହାଣ୍ଡିରେ ୭୭, କନ୍ଧମାଳରେ ୧୧୨, କେନ୍ଦ୍ରାପଡ଼ାରେ ୨୫୩, କେନ୍ଦୁଝରରେ ୧୨୩, ଖୋର୍ଦ୍ଧାରେ ୧୦୧୭, କୋରାପୁଟରେ ୧୨୬, ମାଲକାନାଗିରିରେ ୮୪, ମୟୂରଭଞ୍ଜରେ ୨୯୭, ନବରଙ୍ଗପୁରରେ ୧୪୬, ନୟାଗଡ଼ରେ ୧୨୦, ନୂଆପଡ଼ାରେ ୧୭, ପୁରୀରେ ୨୯୧, ରାୟଗଡ଼ାରେ ୧୨୦, ସମ୍ବଲପୁରରେ ୧୦୧, ସୋନପୁରରେ ୬୪, ସୁନ୍ଦରଗଡ଼ରେ ୨୦୮ ଓ ରାଜ୍ୟ ପୁଲରେ ୧୫୧ ଜଣ ଆକ୍ରାନ୍ତ ହୋଇଛନ୍ତି ।