କରୋନାକୁ ନେଇ ଆସିଲା ନୂତନ ତଥ୍ୟ : ୪ଜଣରେ ଜଣେ ଭାରତୀୟ ଆକ୍ରାନ୍ତ !
କରୋନାକୁ ନେଇ ଆସିଲା ନୂତନ ତଥ୍ୟ : ୪ଜଣରେ ଜଣେ ଭାରତୀୟ ଆକ୍ରାନ୍ତ !
admin
Aug 20, 2020 - 05:39
Updated: Aug 20, 2020 - 05:39
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରଭାବ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଆଉ ଏକ ଚିନ୍ତା ଜନକ ତଥ୍ୟ ସାମ୍ନାକୁ ଆସିଛି । ଥାୟୋକେୟାର ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଦେଶରେ ପ୍ରତି ୪ ଜଣରେ ଜଣେ ବ୍ୟକ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି । ଥାୟୋକେୟାର ପକ୍ଷରୁ କରାଯାଇଥିବା ଆଣ୍ଟିବଡି ପରୀକ୍ଷଣରୁ ଏହି ତଥ୍ୟ ସମ୍ମୁଖକୁ ଆସିଥିବା କୁହାଯାଇଛି । ଦେଶବ୍ୟାପୀ ପ୍ରାୟ ୨ ଲକ୍ଷ ୭୦ ହଜାର ଆଣ୍ଟିବଡି ପରୀକ୍ଷଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ପରୀକ୍ଷଣରୁ ଜଣାପଡିଛି ଯେ, ଦେଶର ୨୬ ପ୍ରତିଶତ ଲୋକ ସଂକ୍ରମିତ ହୋି ସାରିଛନ୍ତି । ଥାୟୋକେୟାରର ମୁଖ୍ୟ ଏ ଭେଲୁମଣି ଏହି ସୂଚନା ପ୍ରଦାନ କରିଛନ୍ତି । ମୁମ୍ବାଇର ବସ୍ତି ଅଞ୍ଚଳରେ ମଧ୍ୟ ପ୍ରାୟ ୫୭ ପ୍ରତିଶତ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ବିଗତ ୭ ସପ୍ତାହ ମଧ୍ୟରେ ୬୦୦ରୁ ଅଧିକ ସହରରେ ପରୀକ୍ଷା କରାଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି ବୋଲି ଭେଲୁମଣି ପ୍ରକାଶ କରିଛନ୍ତି । ଏହା ସହିତ ୨୬ ପ୍ରତିଶତ ଲୋକଙ୍କ ଶରୀରରେ ଏହି ରୋଗ ସହିତ ଲଢେଇ କରିବାର ଆଣ୍ଟିବଡି ମଧ୍ୟ ତିଆରି ହୋଇ ସାରିଛି ଯାହାକି ଏକ ଭଲ ସଙ୍କେତ । ସେହିପରି ଯଦି ବର୍ତ୍ତମାନର ଅବସ୍ଥା ଲାଗି ରୁହେ ତେବେ ଡିସେମ୍ବର ସୁଦ୍ଧା ଦେଶର ୪୦ ପ୍ରତିଶତ ଲୋକ ସଂକ୍ରମିତ ହୋଇ ସାରିଥିବେ ।