କରୋନାର ନୂଆ ଲକ୍ଷଣ ‘କୋଭିଡ ଡୋଜ’, ଏଭଳି ହୋଇଯାଉଛି ଶିଶୁଙ୍କ ପାଦ

କରୋନାର ନୂଆ ଲକ୍ଷଣ ‘କୋଭିଡ ଡୋଜ’, ଏଭଳି ହୋଇଯାଉଛି ଶିଶୁଙ୍କ ପାଦ

କରୋନାର ନୂଆ ଲକ୍ଷଣ ‘କୋଭିଡ ଡୋଜ’, ଏଭଳି ହୋଇଯାଉଛି ଶିଶୁଙ୍କ ପାଦ
ୱାଶିଂଟନ: କରୋନା ସମ୍ପର୍କିତ ଏକ ନୂଆ ଲକ୍ଷଣ ଶିଶୁଙ୍କ ଠାରେ ଦେଖାଯାଉଛି । ପ୍ରଥମେ ଗତ ମାର୍ଚ୍ଚରେ ଇଟାଲୀ ପରେ ଆମେରିକାରେ ଏହା ଠାବ କରାଯାଇଥିବା ଡାକ୍ତରମାନେ କହୁଛନ୍ତି । ହିମ ପ୍ରବାହ ବା ତୁଷାର କ୍ଷତ (ଫ୍ରଷ୍ଟବାଇଟ ବା ପର୍ଣ୍ଣିଓ) ଭଳି ଘା’ ପିଲାଙ୍କ ପାଦ ବା ଆଙ୍ଗୁଠିରେ ଦେଖାଯାଉଛି । ପାଦ ଆଙ୍ଗୁଠିରେ ଫୋଟକା ଭଳି ଘା’ସୃଷ୍ଟି ହେବା ସହ ହଠାତ ଏହା ଫୁଲି ଯାଉଛି । ଆଙ୍ଗୁଠିର ରକ୍ତ କଣିକା ଗୁଡ଼ିକ ଏଥିରେ ନଷ୍ଟ ହୋଇଯାଉଛି । ଆକ୍ରାନ୍ତ ଶିଶୁର ଘ୍ରାଣ ଓ ସ୍ୱାଦ ଶକ୍ତି ହ୍ରାସ ପାଉଛି । ଆଖି ଈଷତ ଲାଲ ଦେଖାଯାଉଛି । ସମୟକ୍ରମେ ସ୍ୱାଭାବିକ କରୋନା ଲକ୍ଷଣ ପ୍ରକାଶ ପାଉଛି ।