କୃଷି ବିଲ ସପକ୍ଷରେ ୭୦୦ ଜିଲ୍ଲାକୁ ଯିବ ବିଜେପି
କୃଷି ବିଲ ସପକ୍ଷରେ ୭୦୦ ଜିଲ୍ଲାକୁ ଯିବ ବିଜେପି
admin
Dec 12, 2020 - 08:31
Updated: Dec 12, 2020 - 08:31
ଭୁବନେଶ୍ୱର: କୃଷି ବିଲକୁ ବିରୋଧରେ ଏବେ ତେଜୁଛି ଚାଷୀ ଆନେ୍ଦାଳନ । ତେବେ କୃଷି ବିଲ ସପକ୍ଷରେ ସାରା ଦେଶରେ ୭୦୦ଜିଲ୍ଲାକୁ ଯିବ ବେଜେପି । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଓ ସାଂସଦ ଜୁଏଲ ଓରାମ । ସେମାନେ କହିଛନ୍ତି ଯେ, କୃଷି ବିଲ ସପକ୍ଷରେ ବିଜେପି ୭୦୦ଟି ଜିଲ୍ଲାକୁ ଯିବ । ସେଠାରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଜିଲ୍ଲାରେ ଚାଷୀଙ୍କ ସହ ବୈଠକ କରାଯିବ । ଲୋକଙ୍କୁ ସଚେତନ କରାଯିବ । କଂଗ୍ରେସ ଓ ତା’ ସହ ଥିବା ବିରୋଧୀ ଦଳ ଅଶାନ୍ତି ସୃଷ୍ଟି କରୁଛନ୍ତି । ଯେଉଁମାନଙ୍କ ପାଖରେ ମୁଦ୍ଧା ନାହିଁ, ସେମାନେ ଏଭଳି କରୁଛନ୍ତି । ସେମାନେ ଚାଷୀଙ୍କ ହିତ ଚାହୁଁନାହାନ୍ତି ବୋଲି ଉଭୟ ନେତା କହିଛନ୍ତି
୭୦୦ ପ୍ରେସ ମିଟ୍, ୧୦୦ ବୈଠକ କରିବ ବିଜେପି
ଚାଷୀ ଆନେ୍ଦାଳନକୁ ପ୍ରତିହତ କରିବା ଏବଂ ନୂଆ କୃଷି ଆଇନ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇବା ଲାଗି ବିଜେପି ଆଗାମୀ କିଛି ଦିନ ଭିତରେ ଦେଶରେ ୭୦୦ ପ୍ରେସ୍ ମିଟ ଓ ୧୦୦ ବୈଠକ କରିବାକୁ ଯୋଜନା କରିଛି । ଏସବୁ କାର୍ଯ୍ୟକ୍ରମ ମାଧ୍ୟମରେ କୃଷି ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ । ଯୋଜନା ଅନୁସାରେ ବିଜେପି ନେତାମାନେ ଦେଶର ସମସ୍ତ ୭୧୮ ଜିଲ୍ଲା ମୁଖ୍ୟାଳୟରେ ପ୍ରେସ ମିଟ୍ କରିବେ । ତାଛଡ଼ା ବିଭିନ୍ନ ରାଜ୍ୟର ୧୦୦ଟି ସ୍ଥାନରେ ବିଜେପି ନେତାମାନେ କିଷାନ ସମ୍ମେଳନ ମଧ୍ୟ ଆୟୋଜନ କରିବେ । ତେବେ ଏହି ପ୍ରେସମିଟ ଓ କୃଷକ ସମ୍ମେଳନ ସମ୍ପର୍କରେ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ।
ଏହା ପୂର୍ବରୁ ଚାଷୀ ଆନେ୍ଦାଳନ ପ୍ରସଙ୍ଗରେ ବିଜେଡି ବିଧାୟକ ଶଶି ବେହେରା କହିଥିଲେ ଯେ, ବିଜେଡିର ଚାଷୀ ଓ ଚାଷୀ ସଂକ୍ରାନ୍ତରେ ଅଭିମୁଖ୍ୟ ସ୍ପଷ୍ଟ । ଚାଷୀଙ୍କ ପାଇଁ ଆମେ ସ୍ୱତନ୍ତ୍ର କୃଷି ବଜେଟ ଓ କୃଷି କ୍ୟାବିନେଟ କରୁଛୁ । ଆମ ବିଧାନସଭା ସ୍ୱାମୀନାଥନ ସୁପାରିଶ ଲାଗୁ କରି ଏମଏସପି ଦ୍ୱିଗୁଣିତ ପାଇଁ କହିଛି । ଆଜି ଯେଉଁ ଚାଷୀ ଆନେ୍ଦାଳନ ହେଉଛି, ସେଥିପ୍ରତି ଆମର ନୈତିକ ସମର୍ଥନ ରହିଛି । ଚାଷୀଙ୍କ ପାଇଁ ସକରାତ୍ମକ ନିଷ୍ପତ୍ତି ନେଇଛୁ । କିଛି ଦାବି ସହ ସହମତ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ସମସ୍ତଙ୍କର ଆନେ୍ଦାଳନ କରିବାର ଅଧିକାର ଅଛି । ଆଶା କରୁଛୁ ସେମାନେ ଆନେ୍ଦାଳନକୁ ଭିନ୍ନରୂପ ଦେବେ ନାହିଁ । ଅନ୍ନଦାତାଙ୍କୁ ଦେଶ ବିରୋଧୀ କହିବା ଠାରୁ ସାଂଘାତିକ ଅଭିଯୋଗ କିଛି ନାହିଁ ବୋଲି ବିଜେଡି ବିଧାୟକ ଶଶି ବେହେରା କହିଥିଲେ ।