କୋଝିକୋଡ ବିମାନ ଦୁର୍ଘଟଣା ମାମଲା : ୨୨ ଅଫିସରଙ୍କୁ କରୋନା

କୋଝିକୋଡ ବିମାନ ଦୁର୍ଘଟଣା ମାମଲା : ୨୨ ଅଫିସରଙ୍କୁ କରୋନା

କୋଝିକୋଡ ବିମାନ ଦୁର୍ଘଟଣା ମାମଲା : ୨୨ ଅଫିସରଙ୍କୁ କରୋନା
ଥିରୁଅନନ୍ତପୁରମ : କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତରେ ନିୟୋଜିତ ରହିଥିବା ୨୨ ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ତଥା ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ଆଜି ୨୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ମଲ୍ଲାପୁରମ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ୧୦୦ରୁ ଅଧିକ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବନେ୍ଦ ଭାରତ ମିଶନରେ ଦୁବାଇରୁ ଫେରୁଥିବା ଭାରତୀୟଙ୍କ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନଟି କ୍ରାସ୍ ଲ୍ୟାଣ୍ଡିଂ କରିବାରୁ ୨ ପାଇଲଟଙ୍କ ସମେତ ୧୮ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା । ଏହା ସହିତ ୧୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।