କୋଭିଡ ସମୀକ୍ଷା ପାଇଁ ନବରଙ୍ଗପୁର ଗସ୍ତରେ ମୁଖ୍ୟଶାସନ ସଚିବ
କୋଭିଡ ସମୀକ୍ଷା ପାଇଁ ନବରଙ୍ଗପୁର ଗସ୍ତରେ ମୁଖ୍ୟଶାସନ ସଚିବ
admin
May 31, 2021 - 06:46
Updated: May 31, 2021 - 06:46
ନବରଙ୍ଗପୁର: ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନବରଙ୍ଗପୁର ଗସ୍ତରେ ଯାଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ସହ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କୋରାପୁଟ ଓ ନବରଙ୍ଗପୁରରେ କୋଭିଡ ସ୍ଥିତିର ଅନୁଧ୍ୟାନ କରିଛନ୍ତି । କୋଭିଡ ହସ୍ପିଟାଲ ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟକାମ ଶୀଘ୍ର ଆରମ୍ଭ ହେବ । ନବରଙ୍ଗପୁରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ । ପଜିଟିଭିଟି ହାର ୧୩ ପ୍ରତିଶତକୁ ଖସିଛି । ଗୋଟିଏ ଆରଟିପିସିଆର ମେସିନ ଆସିଛି । ୫-୬ ଦିନରେ ଟେଷ୍ଟ ସଂଖ୍ୟା ବଢିବ । ନବରଙ୍ଗପୁର ଟାଉନରେ ୨୦ ହଜାର ୧୮ରୁ ଊଦ୍ଧ୍ୱର୍ ବୟସ୍କଙ୍କୁ ଟିକାକରଣ କରାଯାଇଛି । ଖୁବଶୀଘ୍ର ଆଉ ୧୦ ହଜାରଙ୍କୁ ଟିକାକରଣ କରାଯିବ । ଏଠାରେ ୧୫-୨୦ ଦିନ ହେବ ଆଇସିୟୁ ଓ ଭେଣ୍ଟିଲେଟର ଅପରେଟ କରୁଛି । ମୁଖ୍ୟ ଚିକିତ୍ସାଳୟରେ ୨ରୁ ୩ ମାସ ଭିତରେ ୨୦୦ ବେଡ କାର୍ଯ୍ୟକ୍ଷମ ହେବ ବୋଲି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ।