ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ପରିବାର ଲୋକେ, 1 ମୃତ 3 ଗୁରୁତର
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ୪ ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀ ଙ୍କ ପରିବାର ଲୋକେ । ଘଟଣା ସ୍ଥଳରେ ଜଣେ ଯୁବକର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର ଅବସ୍ଥାରେ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ । ସୂଚନା ମୁତବକ ସାର୍ଥା ଗ୍ରାମର ଅଜୟ ଦାସ ଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ କିଛି ଦୁର୍ବୁର୍ତ୍ତ ତାଲା ଭାଙ୍ଗି ଚୋରି କରି ନେଇ ଥିଲେ । ଏନେଇ ସେ ଥାନା ରେ ଅଭିଯୋଗ କରିଥିଲେ ମଧ୍ଯ ଚୋର ମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ସୋମବାର ଅଜୟ ଦାସ ଏବଂ ତାଙ୍କ ଦୁଇ ପୂଅ ଦୋକାନ ରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରୀଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ରାସ୍ତା ପାର୍ଶ୍ବରେ ଇଲେକ୍ଟ୍ରିକ ଖୁଣ୍ଟି ରେ ବାନ୍ଧି ଲୁହା ରଡ୍ ରେ ନିସ୍ତୁକ ପିଟି ଥିଲେ । ଘଟଣା ସ୍ଥଳରେ ତ୍ରିଲୋଚନଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣ ଗୁରୁତର ହୋଇ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୂଅ କୁ ପୋଲିସ ଅଟକ ରଖିଛି । ମୃତକଙ୍କ ପରିବାର କୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।