ଖୋଲିବ ପ୍ରଥମରୁ ଅଷ୍ଟମ

ଖୋଲିବ ପ୍ରଥମରୁ ଅଷ୍ଟମ

ଖୋଲିବ ପ୍ରଥମରୁ ଅଷ୍ଟମ
ଭୁବନେଶ୍ୱର: କରୋନା ଯୋଗୁଁ ଦୀର୍ଘ ୧୦ ମାସ ଯାଏଁ ବିଦ୍ୟାଳୟ ବନ୍ଦ ରହିଛି । ଏବେ ଖୋଲିବାକୁ ଯାଉଛି ସ୍କୁଲ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଏସଓପି ପ୍ରସ୍ତୁତ କରାଯାଉଛି । ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଆରସି ମାର୍ଗଦଶି୍ରକା ଜାରି କରିଛନ୍ତି । ଅଙ୍ଗନବାଡି ଯେହେତୁ ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଖୋଲାଯିବ । ତେବେ ଖୋଲିବ ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାନ୍ତି । ସଠିକ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ସେ କହିଛନ୍ତି । ପୂର୍ବରୁ ସାରା ରାଜ୍ୟରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଫେବୃଆରୀ ପହିଲାରୁ ଖୋଲିସାରିଛି ଏବଂ ଏଥିପାଇଁ ଉପଯୁକ୍ତ ଶ୍ରେଣୀଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ବିଦ୍ୟାଳୟଗୁଡ଼ିକ ମଧ୍ୟ ଖୋଲାଯିବ । ଶିକ୍ଷା ବିଭାଗ ଦ୍ବାରା ଗାଇଡଲାଇନକୁ ଦୃଷ୍ଟିରେ ରଖି ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସଓପି) ପ୍ରସ୍ତୁତ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।