ମଧ୍ୟପ୍ରଦେଶରେ ୪ ବର୍ଷୀୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମଧ୍ୟପ୍ରଦେଶରେ ୪ ବର୍ଷୀୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମଧ୍ୟପ୍ରଦେଶରେ ୪ ବର୍ଷୀୟାଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଭୋପାଳ: ମଧ୍ୟପ୍ରଦେଶରେ ମୋରେନା ଜିଲ୍ଲାରେ ମାତ୍ର ୪ ବର୍ଷର ଜଣେ ନାବାଳିକାଙ୍କୁ ବୁଧବାର ଅପହରଣ କରି ନେଇ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗିରଫ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ସେ ୬ ମାସ ଜେଲ ଯାଇ ନିକଟରେ ଜାମିନରେ ଘରକୁ ଜଣାଯାଇଛି । ପୁଲିସ ସୂଚନା ମୁତାବକ, ସମ୍ପୃକ୍ତ ନାବାଳିକାଙ୍କର ପିତାମାତା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେ ନିଜର ଜେଜେମାଆଙ୍କ ପାଖରେ ଗାଁରେ ରହୁଥିଲେ । ବୁଧବାର ସେ କୁଆଡେ଼ ନିଖୋଜ ହୋଇଯାଇଥିବା ବେଳେ ଘରଲୋକେ ବହୁ ଖୋଜାଖୋଜି ପରେ ସନ୍ଧ୍ୟାରେ ଘର ନିକଟ ଏକ ସୋରିଷ କ୍ଷେତରେ ତାଙ୍କ ମୃତଦେହ ମିଳିଥିଲା । ତେବେ ନିଖୋଜ ପୂର୍ବରୁ ସେ ଶେଷ ଥର ପାଇଁ ଗ୍ରାମର ଜଣେ ୪୦ ବର୍ଷୀୟ ଅଭିଯୁକ୍ତ ସହ ବୁଲୁଥିବା ଲୋକେ ଦେଖିଥିଲେ ।