ଚନ୍ଦ୍ରଯାନ-୨ ପଠାଇଲା ଚନ୍ଦ୍ରର ଫଟୋ

ଚନ୍ଦ୍ରଯାନ-୨ ପଠାଇଲା ଚନ୍ଦ୍ରର ଫଟୋ

ଚନ୍ଦ୍ରଯାନ-୨ ପଠାଇଲା ଚନ୍ଦ୍ରର ଫଟୋ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପ୍ରେରିତ ଚନ୍ଦ୍ରଯାନ-୨ ଉତ୍ତୋଳନ କରିଥିବା ଚନ୍ଦ୍ରର ଫଟୋକୁ ସାର୍ବଜନୀନ କରାଯାଇଛି । ଗୁରୁବାର ଇସ୍ରୋ ସାର୍ବଜନୀନ କରିଥିବା ଚନ୍ଦ୍ରଯାନ ପ୍ରେରିତ ଚନ୍ଦ୍ରର ଫଟୋରେ ମାରେ ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟସକୁ ସ୍ପଷ୍ଟ ଠାବ କରାଯାଇପାରୁଛି । ଚନ୍ଦ୍ରପୃଷ୍ଠଠାରୁ ୨୬୫୦ କି.ମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଥିବା ଇସ୍ରୋ କହିଛି । ଜୁଲାଇ ୨୨ରେ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଅଗଷ୍ଟ ୧୪ରେ ପୃଥିବୀର କକ୍ଷ ପଥ ଛାଡ଼ି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା । ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ।