ଚାଷୀ କିଣିଲେ ହେଲିକେପ୍ଟର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଚାଷୀ କିଣିଲେ ହେଲିକେପ୍ଟର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
admin
Feb 18, 2021 - 13:00
Updated: Feb 18, 2021 - 13:00
ଦୁଗ୍ଧ ବ୍ୟବସାୟ ପାଇଁ ସାରା ଦେଶରେ ଭ୍ରମଣ କରିବାକୁ ମହାରାଷ୍ଟ୍ରର ଭିୱାଣ୍ଡି ସ୍ଥିତ କୃଷକ ତଥା ଉଦ୍ୟଗୀ ଜନାର୍ଦ୍ଧନ ଭୋଇର ଏକ ହେଲିକେପ୍ଟର କିଣି ଚର୍ଚ୍ଚାରେ । ଜନାର୍ଦ୍ଧନ ଜଣେ ବିଲଡର । ନିକଟରେ ସେ ଦୁଗ୍ଧ ବ୍ୟବସାୟରେ ପ୍ରବେଶ କରିଛନ୍ତି । ଏହି ନୂଆ ବ୍ୟବସାୟରେ ତାଙ୍କୁ ଦେଶସାରା ଭ୍ରମଣ କରିବାକୁ ପଡ଼ୁଛି । ସେଥିପାଇଁ ଜନାର୍ଦ୍ଧନ ୩୦ କୋଟି ଟଙ୍କା ମୂଲ୍ୟର ଏହି ହେଲିକେପ୍ଟର କିଣିଛନ୍ତି । ଏ ନେଇ ଜନାର୍ଦ୍ଧନ କହିଛନ୍ତି ଯେ ଦୁଗ୍ଧ ବ୍ୟବସରେ ତାଙ୍କୁ ବାରମ୍ବାର ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ଯାତ୍ରା କରିବାକୁ ପଡ଼ୁଛି । ଅଧିକାଂଶ ସ୍ଥାନରେ ବିମାନ ବନ୍ଦର ସୁବିଧା ନଥିବାରୁ ତାଙ୍କୁ ଦୀର୍ଘ ସମୟ ଧରି ଯାତ୍ରା କରିବାକୁ ପଡ଼ୁଥିଲା । ତେଣୁ ଜଣେ ବନ୍ଧୁଙ୍କ ପ୍ରସ୍ତାବ କ୍ରମେ ହେଲିକେପ୍ଟର କିଣିବାକୁ ସେ ନିଷ୍ପତ୍ତି ନେଲେ । ଦୁଗ୍ଧ ବ୍ୟବସାୟ ସହିତ ଚାଷ ପାଇଁ ଏହା ଅତି ଆବଶ୍ୟ ବୋଲି ଜନାର୍ଦ୍ଧନ କହିଛନ୍ତି ।