ଆହେ ଭୋଳାଶଙ୍କର

ଆହେ ଭୋଳାଶଙ୍କର

ଆହେ ଭୋଳାଶଙ୍କର
***ଆହେ ଭୋଳାଶଙ୍କର*** ତୁମ ଦେଉଳର ନେତ ମୋତେ ସପନ ହେଇଚି ତୁମ ଦଶନ ପାଇଁ ମୁଁ ଭୁବନେଶ୍ଵର ଆସୁଛି ମନରେ ସପନ ହୃଦୟରେ ରହିଛି ତୁମରି ପ୍ରେମ ଦେଖିଲେ ତୁମକୁ ଏ ଜୀବନ ହେବ ଧନ୍ୟ ଆହେ ଭୋଳାଶଙ୍କର, ହେ ଲିଂଗରାଜ ଠାକୁର ଏ ଗରିବର ମାନ ଅଭିମାନ କରିବ ଦୁର ମୁଁ ଯେ ଅସହାୟ ଦିନ ଦୁଃଖୀ ମଣିଷ ଟିଏ ଦୁଃଖ ନ ସୁଣିଲେ ବୁଝିବ ଆଉ କିଏ ତୁମରି ପ୍ରସାଦରୁ ଟିକେ ମୋତେ ମିଳନ୍ତା ଏ ଜୀବନ ମୋର ସାର୍ଥକ ହୁଅନ୍ତା ମୋର ଆସା କେବେ ପୁରଣ କରିବ ତୁମ ଦର୍ଶନ ପାଈଁ ମୋର ଡୋରି ଲାଗିବ ତୁମେ ପରା ଏ ସଂସାରର ଚଳନ୍ତି ଠାକୁର ଅନ୍ଧ ମଣିଷ ପାଏ ଏଠି ନୂଆ ଜୀବନ ହେ ଧବଳେଶ୍ଵର ହେ ଚନ୍ଦ୍ରଶେଖର ଏ ସାରା ସଂସାର ର ଦୁଃଖ କେବେ କରିବ ଦୂର ।। ଜିତେନ୍ଦ୍ର କୁମାର ସୁବୁଦ୍ଧି ଖୋର୍ଦ୍ଧା -ବେଗୁନିଆ