ଚୀନ ଓ ପାକିସ୍ତାନକୁ କଡା ଚେତାବନୀ ଦେଲେ ସେନାଧ୍ୟକ୍ଷ

ଚୀନ ଓ ପାକିସ୍ତାନକୁ କଡା ଚେତାବନୀ ଦେଲେ ସେନାଧ୍ୟକ୍ଷ

ଚୀନ ଓ ପାକିସ୍ତାନକୁ କଡା ଚେତାବନୀ ଦେଲେ ସେନାଧ୍ୟକ୍ଷ
ନୂଆଦିଲ୍ଲୀ: ଆଜି ଭାରତୀୟ ସ୍ଥଳସେନାର ୭୩ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଚୀନ ଓ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ଭାରତୀୟ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ । ସେ କହିଛନ୍ତି ଯେ, ଆମ ଧୈର୍ୟ୍ୟର ପରୀକ୍ଷା ନିଅନ୍ତୁ ନାହିଁ । ରାଜଧାନୀ ଦିଲ୍ଲୀରେ କରିୟପ୍ପା ପରେଡ ଗ୍ରାଉଣ୍ଡରେ ନିରୀକ୍ଷଣ ଏବଂ ସୈନିକଙ୍କୁ ସେମାନଙ୍କର ବୀରତ୍ଵ ପାଇଁ ସମ୍ମାନିତ କରିବା ପରେ ନରୱାଣେ ସମ୍ବୋଧନ କରି ଦୁଇ ପଡୋଶୀ ରାଷ୍ଟ୍ରର ହୀନ ପ୍ରୟାସ ଉପରେ ଏଭଳି କଡା ଟିପ୍ପଣି ଦେଇଛନ୍ତି । ସମ୍ବୋଧନରେ ନରୱାଣେ କହିଛନ୍ତି ଯେ, ଗତ ବର୍ଷ ଆମ ପାଇଁ ଖୁବ୍ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଉତ୍ତର ସୀମାରେ ଚୀନ ସହ ଚାଲିଥିବା ବିବାଦ ସମ୍ପର୍କରେ ଆପଣ ବେଶ୍ ପରିଚିତ । ଏକତରଫା ଚକ୍ରାନ୍ତକୁ ମୁହଁତୋଡ ଜବାବ ମିଳିଛି । ଗଲୱାନ ଘାଟିରେ ଶହୀଦ ହୋଇଥିବା ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବନି । ଭାରତୀୟ ସେନା ଦେଶର ସମ୍ମାନ ଉପରେ କୌଣସି ଆଁଚ ଆଣିବ ନାହିଁ । ଆମେ ଆଲୋଚନା ଏବଂ ରାଜନୈତିକ ପ୍ରୟାସ ଜାରି ରଖି ବିବାଦ ଗୁଡିକୁ ସମାଧାନ କରିବାକୁ ଚେଷ୍ଟା କରିବୁ । କେହି ବି ଆମର ଧୈର୍ୟ୍ୟ ପରୀକ୍ଷା ନିଅନ୍ତୁ ନାହିଁ । ପାକିସ୍ତାନକୁ କଡା ଚେତାବନୀ ଦେଇ ନରୱାଣେ କହିଛନ୍ତି ଯେ, ଆମେ ତାହାର ହୀନ ଚକ୍ରାନ୍ତକୁ ସଫଳ ହେବାକୁ ଦେବୁ ନାହିଁ । ନିୟନ୍ତ୍ରଣ ରେଖାରେ ଶତ୍ରୁର ପ୍ରତ୍ୟେକ ଚକ୍ରାନ୍ତକୁ ଜବାବ ମିଳିବ । ଆତଙ୍କବାଦୀଙ୍କୁ ପ୍ରଶୟ ଦେବାରେ ପାକିସ୍ତାନ ଲାଚାର । ସୀମାରେ ୩୦୦ ରୁ ୪୦୦ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଜଗି ବସିଛନ୍ତି, କିନ୍ତୁ ସେମାନଙ୍କୁ ସୁଯୋଗ ଦିଆଯିବ ନାହିଁ ।