ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ
ଭୁବନେଶ୍ୱର: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଗଣ ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରାଯାଇଥିଲା । ଛାତ୍ର କଂଗ୍ରେସ ସଭାପତି ୟାସିର ନାୱାଜଙ୍କ ନେତୃତ୍ୱରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ବାସଭବନ ଘେରାଉ କରିଥିଲେ । ବେସରକାରୀ ବିଦ୍ୟାଳୟର ଫି ଛାଡ ଦାବିରେ ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଶହ ଶହ ଛାତ୍ର କଂଗ୍ରେସ ଯୁବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ରାଜ୍ୟ ସରକାର ବେସରକାରୀ ବିଦ୍ୟାଳୟର ଫି ତୁରନ୍ତ ଛାଡ କରନ୍ତୁ ବୋଲି ଦାବି କରିଥିଲେ । ସାରାଦେଶ ଓ ରାଜ୍ୟରେ କରୋନା ମାହାମାରୀର ପାଦୃଭାବ ଓ ତାଲାବନ୍ଦ ଦ୍ୱାରା ଅଭିଭାବକମାନଙ୍କ ଆର୍ଥିକ ଅବସ୍ଥା ଅତି ଦୁର୍ବଳ ରହିଛି । ରାଜ୍ୟ ସରକାର ବେସରକାରୀ ବିଦ୍ୟାଳୟ ଗୁଡିକର ଫି ଛାଡ କଲେ ଛାତ୍ରମାନେ ଉପକୃତ ହେବେ । ପ୍ରାଇଭେଟ ସ୍କୁଲ ମାଲିକ ଓ ରାଜ୍ୟ ସରକାର ମଧୁଚନ୍ଦ୍ରିକା ଚଳିବ ନାହିଁ ବୋଲି ଛାତ୍ର କଂଗ୍ରେସ ନାରାବାଜି କରିଥିଲେ । ରାଜ୍ୟ ସରକାର ପ୍ରାଇଭେଟ ସ୍କୁଲ ଫି ଛାଡ ନକଲେ ଆନେ୍ଦାଳନ ତିବ୍ର କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି ।