ଜଳୁଛି ରାଜଧାନୀ , ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ
ଭୁବନେଶ୍ବର: ତାତିରୁ ନାହିଁ ନିସ୍ତାର । ରାଜଧାନୀବାସୀ ତାତି ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଗତ ଦୁଇ ଦିନ ଭଳି ବୁଧବାର ବି ରାଜଧାନୀରେ ସକାଳୁ ସକାଳୁ ଆରମ୍ଭ ହୋଇଯାଇଛି ତାତି । ବୁଧବାର ସକାଳ ୮.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀରେ ପହଞ୍ଚିଛି । ଗତକାଲି ଏହି ସମୟରେ ଭୁବନେଶ୍ୱରରେ ତାପମାତ୍ରା ୩୨ ଡିଗ୍ରୀ ଥିଲା ।
ମଙ୍ଗଳବାର ସକାଳୁ ସକାଳୁ ଆକାଶରୁ ନିଆଁ ବର୍ଷିବା ଆରମ୍ଭ ହୋଇଯାଇଥିଲା। ଟିକେ ଖରାକୁ ବାହାରିଲେ ହାତ, ମୁହଁ ପୋଡ଼ିଗଲା ଭଳି ଲାଗୁଥିଲା। ଭୁବନେଶ୍ବରର ତାପମାତ୍ରା ସକାଳ ସାଢ଼େ ୮ଟା ସୁଦ୍ଧା ୩୨ ଡିଗ୍ରି ଓ ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ୩୯ ଡିଗ୍ରିରେ ପହଞ୍ଚି ଯାଇଥିଲା। ଖାଲି ଭୁବନେଶ୍ବର ନୁହେଁ, ଦିନ ଦି’ପହର ବେଳକୁ ରାଜ୍ୟର ୯ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିସାରିଥିଲା।




admin 