ଜାତୀୟ ସବଜୁନିୟର ବାଳିକା ଫୁଟବଲ ଚମ୍ପିଆନସିପ

ଜାତୀୟ ସବଜୁନିୟର ବାଳିକା ଫୁଟବଲ ଚମ୍ପିଆନସିପ

ଜାତୀୟ ସବଜୁନିୟର ବାଳିକା ଫୁଟବଲ ଚମ୍ପିଆନସିପ
କଟକ: ଫୁଟବଲ ଆସୋସିଏସନ ଅଫ ଓଡିଶା(ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ଜାତୀୟ ସବଜୁନିୟର ବାଳିକା ଫୁଟବଲ ଚାମ୍ପିଆନସିପରେ ରବିବାର ଥିଲା ୩ୟ ଦିନ । ଏହିଦିନ ୪ଟି ମ୍ୟାଚ ଖେଲା ଯାଇଥିଲା । ଏଥିରେ ତ୍ରିପୁରା, ଆସାମ ଓ ତାମିଲନାଡୁ ବିଜୟୀ ହୋଇଛନ୍ତି । ବାରବାଟୀ ଷ୍ଟାଡିୟମରେ ତ୍ରିପୁରାକୁ ୨୨-୦ ଗୋଲରେ ବିପୁଳ ବ୍ୟବଧାନରେ ହରିୟାଣା ପରାସ୍ତ କରିଛି । ହରିୟାଣାର ପୁଷ୍ପା ଦେବୀ ୯ଟି ରିନା ୩ଟି ଏବଂ ତନ୍ତୁ ବାର୍ଷିକା, ପ୍ରୀତି ଓ କାଜଲ ୨ଟି ଲେଖାଏଁ ଗୋଲ ଦେଇଥିଲେ । ବାରବାଟୀ ଷ୍ଟାଡିୟମରେ ଆସାମ ୬-୦ ଗୋଲରେ ତେଲେଙ୍ଗାନାକୁ ପରାସ୍ତ କରିଛି । ଆସାମ ପାଇଁ ଅଧିନାୟିକା ସୋନମ ଦତ ୪୫,୫୫,୫୯,୭୦,୯୦+୪ ମିନିଟରେ ୫ଟି ଗୋଲ ଦେଇଥିଲେ । ୬୫ ମିନିଟରେ କୁହି ରାଜକୁମାରୀ ଏକମାତ୍ର ଗୋଲ ଦେଇଥିଲେ । ଡ୍ରିମସ କଲେଜ ଗ୍ରାଉଣ୍ଡରେ ପଶ୍ଚିମବଙ୍ଗ ଓ ଛତିଶଗଡ ମଧ୍ୟରେ ମୁକାବିଲା ୧-୧ ଗୋଲରେ ଡ୍ର ରହିଛି । ଛତିଶଗଡ ପାଇଁ ୩ ମିନିଟରେ ଗୀତା କଶ୍ୟପ ଓ ପଶ୍ଚିମବଙ୍ଗ ପାଇଁ ୭୪ ମିନିଟରେ ସୋନାଲି ସୋରେନ ଗୋଲ ଦେଇଥିଲେ । ଏଠାରେ ୨ୟ ମ୍ୟାଚରେ ତାମିଲନାଡୁ ୭-୧ ଗୋଲ ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି । ତାମିଲନାଡୁ ଆର ଧର୍ସିନୀ ୪ଟି ଗୋଲ ଦେଇଥିବା ବେଳେ ରେଶମା ଡି ଜନନୀ ଓ ମଧୁ ମେହେଟ୍ଟା ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ମଧ୍ୟପ୍ରଦେଶ ଅଧିନାୟିକା ସାହିସ୍ତା ବାନୋ ଏକମାତ୍ର ଗୋଲ ସ୍କୋର କରିଥିଲେ ।