ଟାଇମ ମାଗାଜିନ କଭର ପେଜରେ ନାଲି ଛକି, ଜାଣନ୍ତୁ କାହିଁକି

ଟାଇମ ମାଗାଜିନ କଭର ପେଜରେ ନାଲି ଛକି, ଜାଣନ୍ତୁ କାହିଁକି

ଟାଇମ ମାଗାଜିନ କଭର ପେଜରେ ନାଲି ଛକି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ : ୨୦୨୦ ବର୍ଷରେ ଟାଇମ ମାଗାଜିନର ଅନ୍ତିମ ସଂସ୍କରଣର କଭର ପେଜରେ ଏକ ରେଡ କ୍ରସ (ନାଲି ଛକି) ସ୍ଥାନ ପାଇଛି । କଭର ପେଜରେ ୨୦୨୦ ଲେଖାଯିବା ସହିତ ଏହା ଉପରେ ରେଡ କ୍ରସ ରହିଛି । ଟାଇମ ମାଗାଜିନର ୧୦୦ ବର୍ଷର ଇତିହାସରେ ମାତ୍ର ପଞ୍ଚମ ଥର ପାଇଁ ଏଭଳି ନାଲି ଛକିର କଭର ପେଜ ନଜର ଆସିଛି । ୭୫ ବର୍ଷ ପୂର୍ବେ ୧୯୪୫ ମସିହାରେ ପ୍ରଥମ ଥର ପାଇଁ ଏହାର ବ୍ୟବହାର ହୋଇଥିଲା । ହିଟଲରଙ୍କ ମୃତ୍ୟୁ ପରେ ଏହି ରେଡକ୍ରସର ବ୍ୟବହାର କରାଯାଇଥିଲା । ପ୍ରତିବର୍ଷ କିଛି ଅଘଟଣ ସମାପ୍ତ ହେଲେ ଟାଇମ ମାଗାଜିନ ପକ୍ଷରୁ ଏହି ନାଲି ଛକିର ବ୍ୟବହାର କରାଯାଇଥାଏ ।୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ଏହି ଚିହ୍ନ ଦିଆଯାଇଥିବା ବେଳେ ୨୦୨୦ ବର୍ଷରେ କରୋନା ଭାଇରସ ପାଇଁ ଏଭଳି ଚିହ୍ନର ପୁନର୍ବ୍ୟବହାର କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବ୍ୟତିତ ଇରାକ ଯୁଦ୍ଧ, ଓସାମା ବିନ ଲାଡେନର ମୃତ୍ୟୁ ପାଇଁ ମଧ୍ୟ ଏହି ରେଡ କ୍ରସ ଜାରି କରାଯାଇଥିଲା । ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ସହିତ ହିଟଲରଙ୍କ ମୃତ୍ୟୁ ପରେ ପ୍ରଥମ ଥର ରେଡ କ୍ରସର ବ୍ୟବହାର କରିଥିଲା ଟାଇମ ମାଗାଜିନ୍ । ଏହାର ୫୮ ବର୍ଷ ପରେ ୨୦୦୩ ଇରାକ ଯୁଦ୍ଧ ସମୟରେ ଦ୍ୱିତୀୟ ଥର ପାଇଁ ଏହି ଚିହ୍ନ କଭର ପେଜରେ ସ୍ଥାନ ପାଇଥିଲା । ୨୦୦୬ ମସିହାରେ ଇରାକରେ ଆଲ କାଏଦା ନେତା ଆବୁ ମୋସୁବଲ ଜାରକାଇଙ୍କ ମୃତ୍ୟୁ ପରେ ତୃତୀୟ ଥର ପାଇଁ ଏହି ଚିହ୍ନର ବ୍ୟବହାର କରାଯାଇଥିଲା । ୫ ବର୍ଷ ପରେ ନିହତ ହୋଇଥିଲା କୁଖ୍ୟାତ ଓସାମା ବିନ ଲାଡେନ । ଲାଡେନର ମୃତ୍ୟୁ ପରେ ଚତୁର୍ଥ ଥର ପାଇଁ ଏହି କଭର ପେଜ ବ୍ୟବହୃତ ହୋଇଥିଲା । ପ୍ରତିଥର ଏକ ଲଢେଇର ଶେଷରେ ଏହି ଚିହ୍ନ ବ୍ୟବହୃତ ହୋଇଥାଏ ତେବେ ଲଢେଇ ଶେଷ ହୋଇନଥାଏ ବୋଲି ମାଗାଜିନ ପକ୍ଷରୁ କୁହାଯାଇଛି । ଯୁଦ୍ଧ, ଆତଙ୍କବାଦ ଅଥବା ମହାମାରୀ ଏହା ବିରୋଧରେ ଲଢେଇ ସର୍ବଦା ଜାରି ରହିବ ବୋଲି ଟାଇମ ମାଗାଜିନ ପକ୍ଷରୁ କୁହାଯାଇଛି । ଚଳିତ ଥରର କ୍ରସ ଚିହ୍ନ କରୋନା ବିରୋଧରେ ଲଢେଇ ପାଇଁ ସ୍ଥାନିତ କରାଯାଇଛି । ତେବେ କରୋନା ବିରୋଧରେ ଲଢେଇ ଶେଷ ହୋଇନାର୍ହି ।