ଟି-୨୦ରେ ଆଫଗାନିସ୍ତାନର ରଶିଦଙ୍କ ରେକର୍ଡ
ଟି-୨୦ରେ ଆଫଗାନିସ୍ତାନର ରଶିଦଙ୍କ ରେକର୍ଡ
ଦୁବାଇ: ଟି-୨୦ରେ ରେକର୍ଡ କରିଛନ୍ତି ଆଫଗାନିସ୍ତାନର ଲେଗ ସ୍ପିନର ରାଶିଦ ଖାନ। ସେ ଶ୍ରୀଲଙ୍କାର ପୂର୍ବତନ ବୋଲର ଲସିଥ ମାଲିଙ୍ଗାକୁ ପଛରେ ପକାଇ ପକାଇ ଏହି ରେକର୍ଡ ହାସଲ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ରାଶିଦ ମହମ୍ମଦ ହଫିଜଙ୍କ ୱିକେଟ ଦଖଲ କରିବା ପରେ ଟି-୨୦ରେ ୧୦୦ତମ ୱିକେଟ ପୂରଣ କରିଛନ୍ତି।
ଏହାପରେ ରାଶିଦ ବିଶ୍ୱର ଦ୍ରୁତତମ ବୋଲର ଭାବେ ଟି-୨୦ରେ ୧୦୦ ୱିକେଟ ପୂରଣ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ପୂର୍ବରୁ ଏହା ଲସିଥ ମାଲିଙ୍ଗାଙ୍କ ନାଁରେ ରହିଥିଲେ। ପାକିସ୍ତାନ ବିପକ୍ଷରେ ରାଶିଦ ୧୦୦ ୱିକେଟ ପୂରଣ କରିଥିଲେ ବିଜୟୀ ହୋଇ ପାରିନଥିଲା ଆଫଗାନିସ୍ତାନ।
ଗତକାଲି ମ୍ୟାଚ୍ରେ ସେ ପାକ୍ ଅଧିନାୟକ ବାବର ଆଜମଙ୍କ ୱିକେଟ ମଧ୍ୟ ନେଇଥିଲେ। ମାତ୍ର ୫୩ଟି ଇନିଂସରେ ରାଶିଦ ୧୦୦ଟି ୱିକେଟ ଦଖଲ କରିଛନ୍ତି। ମାଲିଙ୍ଗା ୭୬ଟି ମ୍ୟାଚ୍ରେ, ଟିମ ସାଉଦି ୮୧ଟି ମ୍ୟାଚ୍ରେ ଓ ବାଂଲାଦେଶ ସ୍ପିନର ସାକିବ ଅଲ ହାସନ ୮୩ଟି ମ୍ୟାଚ୍ରେ ୧୦୦ଟି ୱିକେଟ ଦଖଲ କରିଥିଲେ।
ଏହି ୪ କ୍ରିକେଟରଙ୍କୁ ଛାଡ଼ି ଦେଲେ ଆଉ କୌଣସି ଖେଳାଳି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଏଯାଏ ୧୦୦ ୱିକେଟ ଦଖଲ କରିପାରି ନାହାନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଶିଦ ଖାନ ଦିନିଆରେ ମଧ୍ୟ ୧୦୦ ୱିକେଟ ଦଖଲ କରିବାରେ ସବୁଠାରୁ ଦ୍ରୁତତମ ବୋଲର। ଉଭୟ ଟି-୨୦ ଓ ଦିନିକିଆରେ ଦ୍ରୁତତମ ବୋଲର ଭାବେ ୧୦୦ ୱିକେଟ ଦଖଲ କରିବାର ବରିଳ ରେକର୍ଡ ରାଶିଦଙ୍କ ନାଁରେ ରହିଛି। ୨୦୧୮ରେ ସେ ନିଜର ୪୪ତମ ଦିନିକିଆ ଇନିଂସରେ ୧୦୦ତମ ୱିକେଟ ହାସଲ କରିଥିଲେ।
ଶୁକ୍ରବାର ମ୍ୟାଚ୍କୁ ବିଚାରକୁ ନେଲେ ଆଫଗାନକୁ ପାକିସ୍ତାନ ୫ ୱିକେଟରେ ପରାସ୍ତ କରିଛି। ଏଥିସହ ୟୁଏଇରେ ପାକିସ୍ତାନ ତା’ର ଅପରାଜେୟ ଧାରା ଜାରି ରଖିଛି। ଏଯାଏ ପାକିସ୍ତାନ ୟୁଏଇରେ ଖେଳିଥିବା ସମସ୍ତ ୧୪ଟି ଯାକ ଟି-୨୦ ମ୍ୟାଚ୍ ଜିତିଛି। ସେହିପରି ଆଫଗାନିସ୍ତାନ ଏଯାଏ ୟୁଏଇରେ ୧୭ଟି ମ୍ୟାଚ୍ ଖେଳି ସବୁଥିରେ ଜିତିଥିଲା। ହେଲେ ୧୮ତମ ମ୍ୟାଚରେ ଦଳର ବିଜୟ ଧାରାରେ ବ୍ରେକ ଲାଗିଛି।