ମମିତା ହତ୍ୟାକାଣ୍ଡ; ଆଜି ବିଜେପି ପକ୍ଷରୁ ୬ ଜିଲ୍ଲାରେ ବନ୍ଦ
ମମିତା ହତ୍ୟାକାଣ୍ଡ; ଆଜି ବିଜେପି ପକ୍ଷରୁ ୬ ଜିଲ୍ଲାରେ ବନ୍ଦ
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଦିନକୁ ଦିନ ଜୋର ଧରୁଛି। ଏହା ପ୍ରତିବାଦରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରଖିଛି ବିଜେପି ।
ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ବିଭିନ୍ନ ଜିଲ୍ଲାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ବୌଦ୍ଧ ଓ ଦେବଗଡ଼ ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନେଇ ଡାକରା ଦେଇଛି ବିଜେପି । ହେଲେ ବନ୍ଦରୁ ବାଦ ପଡିବ ଅତ୍ୟାବଶ୍ୟକ ଆମ୍ବୁଲାନ୍ସ ଏବଂ ଜରୁରୀକାଳିନ ସେବା ।
ଭଦ୍ରକ ଜିଲ୍ଲାରେ ମଧ୍ୟ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ବନ୍ଦ ଡାକରା ଦେଇଛି ଦଳ। ତେବେ ଜରୁରୀ ସେବା ଯୋଗାଣକାରୀ ସଂସ୍ଥା ସବୁକୁ ଏହି ବନ୍ଦରୁ ବାଦ ଦିଆଯାଇଛି । ୧ ତାରିଖରେ ବରଗଡ଼ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବା ସୂଚନା ରହିଛି।