ଟିକଟ ନ ମିଳିବାରୁ ବିଜେପି ଛାଡ଼ିଲେ ଶୋଭନ ଚାଟାର୍ଜୀ

ଟିକଟ ନ ମିଳିବାରୁ ବିଜେପି ଛାଡ଼ିଲେ ଶୋଭନ ଚାଟାର୍ଜୀ

ଟିକଟ ନ ମିଳିବାରୁ ବିଜେପି ଛାଡ଼ିଲେ ଶୋଭନ ଚାଟାର୍ଜୀ
କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକଟ ନ ମିଳିବାରୁ କଲାକାତା ମୁ୍ୟନିସିପାଲ କର୍ପୋରେସନ (କେଏମସି) ର ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ରବିବାର ବିଜେପିରୁ ଇସ୍ତଫା ଦେଇଚନ୍ତି । ଶୋଭନଙ୍କ ସହିତ ବୈଶାଖୀ ଚାଟାର୍ଜୀ ମଧ୍ୟ ବିଜେପିରୁ ଇସ୍ତଫା ସମ୍ପର୍କରେ ଫେସବୁକରେ ଘୋଷଣା କରିଛନ୍ତି । ଶୋଭନ ବେହଲା ପୂର୍ବ ଆସନରୁ ନିର୍ବାଚନ ଲଢ଼ିବା ଲାଗି ଟିକଟ ଦାବି କରିଥିଲେ, ମାତ୍ର ବିଜେପି ଏଠାରେ ଅଭିନେତା ପାୟଲ ସରକାରଙ୍କୁ ପ୍ରାର୍ଥୀ କରିଛି । ତୃଣମୂଳ କଂଗ୍ରେସ ବରିଷ୍ଠ ନେତା ଥିବା ଶୋଭନ ୨୦୧୯ ଅଗଷ୍ଟରେ ବିଜେପିରେ ଯୋଗ ଦେଇଥିଲେ । ଶୋଭନଙ୍କ ଇସ୍ତଫା ବିଜେପିକୁ ବଡ଼ ଧକ୍କା ଦେଇଛି । କାରଣ ଶୋଭନଙ୍କ ନେତୃତ୍ୱରେ ବିଜେପି ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ନିଜର ସଂଗଠନ ତିଆରି କରିଥିଲେ ।ଅନ୍ୟପଟେ ସିଙ୍ଗୁର ଆସନ ପାଇଁ ବିଜେପିର ଟିକଟ ଘୋଷଣାକୁ ଦଳର କର୍ମୀମାନେ ବିରୋଧ କରିଛନ୍ତି । ସିଙ୍ଗୁର ଆସନ ପାଇଁ ଟିଏମସିର ପୂର୍ବତନ ବିଧାୟକ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ବିଜେପି ପ୍ରାର୍ଥୀ କରିଛି । ହୁଗୁଳି ଜିଲ୍ଲାର ସିଙ୍ଗୁର ନିର୍ବାଚନୀ ମଣ୍ଡଳୀର ବିଜେପି କର୍ମୀମାନେ କହିଛନ୍ତି ଯେ ସେ ରବୀନ୍ଦ୍ରନାଥଙ୍କୁ ଗ୍ରହଣ କରିପାରିବେ ନାହିଁ । ରବୀନ୍ଦ୍ର ଯୋଗୁଁ ଅତୀତରେ ବିଜେପିର କର୍ମୀ ଓ ନେତାମାନେ ଟିଏମସି ଦ୍ୱାରା ନିର୍ଯାତିତ ହୋଇଛନ୍ତି । ରବୀନ୍ଦ୍ରଙ୍କ ସମେତ ଟିଏମସିର ୫ ଜଣ ବିଧାୟକ ମାର୍ଚ୍ଚ ୮ରେ ବିଜେପିରେ ଯୋଗ ଦେଇଥିଲେ । ୮୦ ବର୍ଷରୁ ଅଧିକ ବୟସ ରାଜନେତାଙ୍କୁ ଟିଏମସି ଟିକଟ ଦେଇ ନଥିବାରୁ ୮୫ ବର୍ଷୀୟ ରବୀନ୍ଦ୍ର ଏଥିରୁ ବାଦ ପଡ଼ିଥିଲେ । ଫଳରେ ସେ ବିଜେପିକୁ ଡେଇଁଥିଲେ ।